କୋଲକାତା: ବାଂଲାଦେଶରୁ ଆସୁଥିବା ଅନୁପ୍ରବେଶକାରୀଙ୍କ ଯୋଗୁ ଭାରତରେ ଅଶାନ୍ତି ସୃଷ୍ଟି ହେଉଛି। ଏହି ସୀମାପାର ଅନୁପ୍ରବେଶ ବନ୍ଦ ହେଲେ ଯାଇ ପଶ୍ଚିମବଙ୍ଗରେ ଶାନ୍ତି ଫେରିବ ବୋଲି ପଶ୍ଚିମବଙ୍ଗର ପେଟ୍ରାପୋଲ୍ ଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ଭାରତ-ବାଂଲାଦେଶ ସୀମାରେ ଥିବା ପେଟ୍ରାପୋଲ୍ ଠାରେ ଏକ ନୂତନ ଯାତ୍ରୀ ନିର୍ଗମନ ପଥର ଉଦ୍ଘାଟନ କରି କେନ୍ଦ୍ର ଗୃହମନ୍ତ୍ରୀ ଶାହ କହିଛନ୍ତି, ଯେତେବେଳେ ସୀମାପାର ପ୍ରବେଶ ନିମନ୍ତେ କୌଣସି ଆଇନଗତ ସୁବିଧା ନଥାଏ ସେତେବେଳେ ବେଆଇନ ଅନୁପ୍ରବେଶ ହୋଇଥାଏ। ଭାରତ-ବାଂଲାଦେଶ ମଧ୍ୟରେ ଶାନ୍ତି ନଷ୍ଟ କରିବା ନିମନ୍ତେ ଏହି ଅନୁପ୍ରବେଶ ଦାୟୀ।
ସେ ପଶ୍ଚିମବଙ୍ଗର ଲୋକଙ୍କୁ କହିବାକୁ ଚାହାନ୍ତି, ୨୦୨୬ରେ ରାଜ୍ୟରେ ସରକାରର ପରିବର୍ତ୍ତନ କର। ବିଜେପି କ୍ଷମତାକୁ ଆସିଲେ ଏହି ଅନୁପ୍ରବେଶକୁ ବନ୍ଦ କରିଦେବ। ଅନୁପ୍ରବେଶ ବନ୍ଦ ହେଲେ ଯାଇ ବଙ୍ଗଳାରେ ଶାନ୍ତି ଫେରିବ। ଏହସହ ପଶ୍ଚିମବଙ୍ଗରେ କେନ୍ଦ୍ର ଯୋଜନା ପାଣ୍ଠିର ବ୍ୟାପକ ଜାଲିଆତି ନିମନ୍ତେ ତୃଣମୂଳ କଂଗ୍ରେସକୁ ଦାୟୀ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, କେନ୍ଦ୍ରରୁ ପଶ୍ଚିମବଙ୍ଗ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ପଠାଉଥିବା ଉନ୍ନୟନ ଟଙ୍କା ରାଜ୍ୟର ଦୁର୍ନୀତି ଯୋଗୁ ଲୋକଙ୍କ ନିକଟରେ ପହଞ୍ଚିପାରୁନାହିଁ। ନରେନ୍ଦ୍ର ମୋଦୀଙ୍କ ସରକାର ଗତ ୧୦ ବର୍ଷ ମଧ୍ୟରେ ୫୬ହଜାର କୋଟି ଟଙ୍କା ଅନୁଦାନ ଦେଇଛନ୍ତି। କିନ୍ତୁ ଏହି ଟଙ୍କା ମନରେଗା ହିତାଧିକାରୀଙ୍କ ନିକଟରେ ପହଞ୍ଚିଛି କି ବୋଲି ପ୍ରଶ୍ନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/MvAQaj0Ct35WENCn9l5j.jpg)