କାଶ୍ମୀର ସମସ୍ୟାର ସମାଧାନ ପୂର୍ବରୁ ଭାରତ ସହ ଶାନ୍ତି ସମ୍ଭବ ନୁହେଁ: ଶାହବାଜ

ଇସ୍‌ଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ବିରୋଧୀ ମେଣ୍ଟର ପ୍ରାର୍ଥୀ ଶାହବାଜ ସରିଫ୍‌ ଆଜି ଭାରତ ସହ ସଂପର୍କ ନେଇ ତାଙ୍କର ଅସଲ ଆଭିମୁଖ୍ୟ ଦେଖାଇଛନ୍ତି। ଶାହବାଜ କହିଛନ୍ତି କାଶ୍ମୀର ସମସ୍ୟାର ସମାଧାନ ପୂର୍ବରୁ ଭାରତ ସହ ଶାନ୍ତି ସମ୍ଭବ ହୋଇପାରିବ ନାହିଁ। କାଶ୍ମୀର ବିବାଦର ସମାଧାନ ‌ନହେଲେ ସଂପର୍କରେ କୌଣସି ସୁଧାର ହୋଇପାରିବ ନାହିଁ ବୋଲି ସେ କହିଛନ୍ତି । ଦେଶରେ ସଂସ୍କାରର ଏକ ନୂଆ ଯୁଗ ସେ ଆରମ୍ଭ କରିବେ ଏବଂ ଅର୍ଥବ୍ୟବସ୍ଥାରେ ସୁଧାର ପାଇଁ ତ୍ବରିତ ପଦକ୍ଷେପ ନିଆଯିବ ବୋଲି ଶାହବାଜ କହିଛନ୍ତି। ନୱାଜ ସରିଫ୍‌ଙ୍କ ପ୍ରତ୍ୟାବର୍ତ୍ତନ ଏବଂ ତାଙ୍କ ବିରୋଧରେ ଚାଲିଥିବା ମାମଲା ସଂପର୍କରେ ସେ କହିଛନ୍ତି ଯେ ଦେଶର ଆଇନ ମୁତାବକ ଏହାର ସମାଧାନ ହେବ।

ସମ୍ବନ୍ଧିତ ଖବର