ରାଜସ୍ଥାନ ହାଇ‌କୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ କରିଥିବା ଆବେଦନକୁ ପ୍ରତ୍ୟାହାର କଲେ ବାଚସ୍ପତି

ନୂଆଦିଲ୍ଲୀ: ସୋମବାର ସକାଳେ ରାଜସ୍ଥାନର ରାଜନୈତିକ ସଂଗ୍ରାମରେ ଏକ ନୂଆ ମୋଡ଼ ଆସିଛି। ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଜୋଶୀ ହାଇକୋର୍ଟଙ୍କ ରାୟ ବିରୋଧରେ ଯେଉଁ ପିଟିସନ ଦାଖଲ କରିଥିଲେ, ଆଜି ସେ ତାକୁ ପ୍ରତ୍ୟାହାର କରି ନେଇଛନ୍ତି। ବାଚସ୍ପତିଙ୍କ ଆବେଦନ ପ୍ରତ୍ୟାହାର ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରି ନେଇଥିବା ଜଣା ପଡ଼ିଛି। ବାଚସ୍ପତିଙ୍କ ଏଭଳି ନିଷ୍ପତ୍ତି ପରେ କଂଗ୍ରେସ ଏବେ ଏହି ଲଢ଼େଇ ଅଦାଲତ ପରିବର୍ତ୍ତେ ରାଜନୈତିକ ଢ଼ଙ୍ଗରେ ଲଢ଼ିବାକୁ ଚାହୁଁଥିବା ବିବେଚନା କରାଯାଉଛି।

ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଯୋଶୀ ହାଇକୋର୍ଟଙ୍କ ରାୟ ବିରୋଧରେ କରିଥିବା ଆବେଦନକୁ ପ୍ରତ୍ୟାହାର କରି ନେଇଥିବା ନେଇ ତାଙ୍କ ଓକିଲ କପିଲ ସିବଲ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଥିଲେ, ଯାହା ପରେ ସୁପ୍ରିମକୋର୍ଟ ଏହି ଆବେଦନ ପ୍ରତ୍ୟାହାରକୁ ଗ୍ରହଣ କରିଛନ୍ତି। ଜୁଲାଇ ୨୪ରେ ହାଇକୋର୍ଟ ଏକ ନୂତନ ଆଦେଶ ପାସ କରିଥିଲେ, ଯାହା ଦଶମ ସୂଚୀର ବ୍ୟାଖ୍ୟା ସହିତ ଅନ୍ୟାନ୍ୟ ପ୍ରସଙ୍ଗ ଉଠାଇଛି | ସେମାନେ ଏକ ୩୨ ପୃଷ୍ଠାର କ୍ରମ ପାସ କରିଛନ୍ତି | ପରବର୍ତ୍ତୀ ସମୟରେ କଣ କରାଯିବ ତାହା ଉପରେ ଆମର ଆଇନଗତ ବିକଳ୍ପଗୁଡ଼ିକର ଓଜନ କରିବାକୁ ପଡିବ | ତେବେ ଗତ ଶୁକ୍ରବାର ଦିନ ହାଇକୋର୍ଟ ଶୁଣାଇଥିବା ନିଷ୍ପତ୍ତିକୁ ସେ ଚ୍ୟାଲେଞ୍ଜ କରିପାରନ୍ତି ବୋଲି କପିଲ ସିବଲ ସୁପ୍ରିମକୋର୍ଟରେ କହିଛନ୍ତି ।

aajtak

ସୂଚନା ମୁତାବକ, ରାଜସ୍ଥାନ ହାଇକୋର୍ଟର ଆଦେଶରେ ଅସନ୍ତୋଷ ଜାହିର କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ବାଚସ୍ପତି ସି.ପି.ଯୋଶୀ। ବାଚସ୍ପତି ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ, ସୁପ୍ରିମ୍‌ କୋର୍ଟଙ୍କର ଏକ ପୂର୍ବ ରାୟ ମୁତାବକ କୌଣସି ଅଦାଲତ ବାଚସ୍ପତିଙ୍କ ଦ୍ବାରା ଚାଲିଥିବା କାର୍ଯ୍ୟକାରୀ ମାମଲାରେ ହସ୍ତକ୍ଷେପ କରିପାରିବେ ନାହିଁ। ସଚିନ ପାଇଲଟ୍‌ ଏବଂ ତାଙ୍କର ୧୮ ସମର୍ଥକ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ନେଇ ବାଚସ୍ପତି କୌଣସି ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ଏଥିରେ ଅଦାଲତ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଆବେଦନରେ କୁହାଯାଇଥିଲା। ରାଜସ୍ଥାନ ହାଇକୋର୍ଟ ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ୨୪ ତାରିଖ ପର୍ଯ୍ୟନ୍ତ ରୋକ୍‌ ଲଗାଇବା ପରେ ବାଚସ୍ପତି ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଯାହାର ଶୁଣାଣି କରି ଜୁଲାଇ ୨୪ରେ ରାଜସ୍ଥାନ ହାଇକୋର୍ଟରେ ହେବାକୁ ଥିବା ଶୁଣାଣି ଉପ‌ରେ ରୋକ୍ ଲଗାଇବା ପାଇଁ ମନା କରି ଦେଇଥିଲେ ସୁପ୍ରିମକୋର୍ଟ।

ସମ୍ବନ୍ଧିତ ଖବର