ହାୱାଇ : ଜଣେ ଉନ୍ମତ୍ତ ଆମେରିକୀୟ ନାବିକ ପର୍ଲ ହାର୍ବର ନୌସେନା ଘାଟି ନିକଟରେ ୩ ଜଣଙ୍କୁ ଗୁଳି ମାରିବା ପରେ ନିଜେ ଆତ୍ମହତ୍ୟା କରିଛି। ଏଥିରେ ଦୁଇ ଜଣ ଆହତଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ପର୍ଲ ହାର୍ବର ନୌସେନା ସ୍ଥଳଠାରୁ କିଛି ଦୂରରେ ବିଶ୍ବର ବିଭିନ୍ନ ରାଷ୍ଟ୍ରର ବାୟୁସେନା ମୁଖ୍ୟଙ୍କ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେଉଥିଲା। ଭାରତୀୟ ବାୟୁସେନା ମୁଖ୍ୟ ରାକେଶ କୁମାର ସିଂହ ଭାଦୋରିଆ ସେହି ସମ୍ମିଳନୀରେ ଉପସ୍ଥିତ ଥିଲେ। ମାତ୍ର ନାବିକ ଘଟାଇଥିବା ଗୁଳିକାଣ୍ଡ ଘଟଣା ସହିତ ବାୟୁସେନା ମୁଖ୍ୟଙ୍କ ସମ୍ମିଳନୀର କୌଣସି ସମ୍ପର୍କ ନାହିଁ ଏବଂ ବାୟୁସେନା ମୁଖ୍ୟ ଭାଦୋରିଆ ସୁରକ୍ଷିତ ଅଛନ୍ତି ବୋଲି ଭାରତୀୟ ବାୟୁସେନା ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ସମ୍ପୃକ୍ତ ନାବିକ ଗୁଳିକାଣ୍ଡ ଘଟାଇଥିବା ସ୍ଥାନ ଏବଂ ବାୟୁସେନା ମୁଖ୍ୟଙ୍କ ସମ୍ମିଳନୀ ସ୍ଥଳ ଏକା ସ୍ଥାନ ନୁହେଁ ବୋଲି ଭାରତୀୟ ବାୟୁ ସେନା ପକ୍ଷରୁ କୁହାଯାଇଛି।
ଆମେରିକା ନୌସେନା ଘାଟିରେ ୩ ଜଣଙ୍କୁ ଗୁଳି କରି ନାବିକଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2019/12/pearl-horbor-base.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)