ଷ୍ଟାଚ୍ୟୁ ଅଫ୍‌ ୟୁନିଟି ପାଇଁ ରେଳବାଇ ଆରମ୍ଭ କରୁଛି ସ୍ପେଶାଲ ଟ୍ରେନ୍‌

ମୁମ୍ବାଇ: ଗୁଜୁରାଟରେ ବନିଥିବା ଷ୍ଟେଚ୍ୟୁ ଅଫ୍‌ ୟୁନିଟିକୁ ଦେଖିବା ପାଇଁ ଭାରତୀୟ ରେଳବାଇ ଏକ ସ୍ୱତନ୍ତ୍ର ଟ୍ରେନ୍‌ ସେବା ଆରମ୍ଭ କରିବାକୁ ଯାଉଛି। ଏହି ଟ୍ରେନ୍‌ ସରକାରଙ୍କ ଭାରତ ଦର୍ଶନ ସ୍କିମ୍‌ ଜରିଆରେ ଚଲାଯିବାର ଯୋଜନା ରହିଛି। ୮ଦିନ ଓ ୭ରାତିର ଯାତ୍ରାର ସୁବିଧା ଯୋଗାଇ ଦେବାକୁ ପ୍ରସ୍ତୁତ ଥିବା ଏହି ଟ୍ରେନ୍‌ ୪ମାର୍ଚ୍ଚରୁ ଚଣ୍ଡିଗଡ଼ରୁ ଚାଲିବ ଓ ଭାରତର ଅନେକ ଟୁଇରିଷ୍ଟ ସ୍ଥାନକୁ କଭର କରିବ। ଟ୍ରେନ୍‌ ଯାତ୍ରୀଙ୍କୁ ଉଜ୍ଜେନ୍‌ର ମହାକାଳେଶ୍ୱର ଜ୍ୟୋର୍ତିଲିଙ୍ଗ, ଇନ୍ଦୋରର ଓମକାରେଶ୍ୱର ଜ୍ୟୋର୍ତିଲିଙ୍ଗ, ସିରିଡି ସାଇ ବାବାଙ୍କ ଦର୍ଶନ, ନାସିକର ଟ୍ରିବକେଶ୍ୱର ଓ ଔରଙ୍ଗାବାଦର ଘ୍ରିଷନେଶ୍ୱର ଜ୍ୟୋତିର୍ଲିଙ୍ଗ ଦର୍ଶନ କରାଇବ।

ଟ୍ରେନ୍‌ର ଟିକେଟ ମୂଲ୍ୟ ୭.୫୬୦ଟଙ୍କା ରହିଛି। ଚଣ୍ଡିଗଡ଼ରୁ ଏହି ଟ୍ରେନ୍‌ ବାହାରି ଚଣ୍ଡିଗଡ଼କୁ ହିଁ ଫେରିବ। ଏହି ମଝିରେ ଅମ୍ବାଲା, କୁରୁକ୍ଷେତ୍ର, କରନାଳ, ପାନିପତ, ଦିଲ୍ଲୀ କ୍ୟାଣ୍ଟ, ରେଓ୍ଵାଡି, ଅଲବର ଓ ଜୟପୁରରେ ଅଟକିବ। ଏହି ଟ୍ରାଭେଲ ପ୍ୟାକେଜ ଭାରତର ଲୌହ ପୁରୁଷ ସରଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପ୍ରସ୍ତୁତ କରାଯାଇଛି। ସରଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟୁ ଗୁଜୁରାଟ ନିର୍ମଦା ଡ୍ୟାମ୍‌ ଉପରେ ବନିଛି। ଏହା ଦୁନିଆର ସବୁଠାରୁ ଉଚ୍ଚ ଷ୍ଟାଚ୍ୟୁ, ଯାହାର ଉଚ୍ଚତା ୧୮୨କିମି ରହିଛି।

ସମ୍ବନ୍ଧିତ ଖବର