ଉଦୟପୁର: ରାଜସ୍ଥାନର ଉଦୟପୁରର ଭୁପାଲପୁରା ପୁଲିସ ଷ୍ଟେସନ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ସ୍କୁଟିରେ ସ୍ୱାମୀ-ସ୍ତ୍ରୀ ଘରକୁ ଫେରୁଥିବା ବେଳେ ହଠାତ ଦୁହିଁଙ୍କ ଉପରେ ଏକ ଅଶ୍ୱସ୍ତ ଗଛର ଡାଳ ଭାଙ୍ଗି ପଡ଼ିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ପତ୍ନୀ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।
ଭୁପାଲପୁରା ଥାନାଅଧିକାରୀ ସଞ୍ଜୟ ଶର୍ମାଙ୍କ କହିବାନୁସାରେ, ବୁଗାଟୀରେ ବସବାସ କରୁଥିବା ସାହିଦ ତାଙ୍କ ପତ୍ନୀ ଆସମାଙ୍କ ସହ ଗତ ଶନିବାର ସ୍କୁଟିରେ ଆଲିପୁରାସ୍ଥିତ ତାଙ୍କ ଶାଶୁଘରକୁ ଯାଉଥିଲେ। ସ୍ୱାମୀ-ସ୍ତ୍ରୀ ଘରକୁ ଫେରୁଥିଲା ବେଳେ ହଠାତ ମଠ ଅଞ୍ଚଳ ରାସ୍ତାପାର୍ଶ୍ୱରେ ଥିବା ଏକ ଅଶ୍ୱସ୍ତଗଛର ଡାଳ ସ୍କୁଟି ଉପରେ ଭାଙ୍ଗି ପଡ଼ିଥିଲା। ସ୍ଥାନୀୟଲୋକମାନେ ଗଛ ତଳୁ ସ୍ୱାମୀ-ସ୍ତ୍ରୀଙ୍କୁ ଉଦ୍ଧାର କରି ବାହାର କରିଥିଲେ। ସାହିଦଙ୍କ ମୁଣ୍ଡରେ ଆଘାତ ଲାଗିଥିବା ହେତୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ।। ମହିଳା ଆସମାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
/sambad/media/post_attachments/wp-content/uploads/2020/07/xpeepaltreesuddenlyfallsonhusbandandwifegoingonascootyinudaipurhusbanddies-1594024124.jpg.pagespeed.ic_.RiG9UTgWVJ-300x169.jpg)
ତେବେ ଦୁର୍ଘଟଣାର ସୂଚନା ପାଇବା ପରେ କର୍ପୋରେସନର ଡେପୁଟି ସୁପରିଟେଣ୍ଡେଣ୍ଟ ପରାସ ସିଂ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହିତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରେ ପଡ଼ିଥିବା ଗଛକୁ କାଟି ସଫା କରିବା ପରେ ଯାତାୟାତ ସ୍ୱଭାବିକ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/xpeepaltreefallsonhusbandandwifegoingonascootyinudaipur-1594024115.jpg.pagespeed.ic_.5pb9s0cspF.jpg)