ଭାରତୀୟଙ୍କ ଫୋନ ନମ୍ବରକୁ ହ୍ୟାକ୍ କରିଛି ଇସ୍ରାଏଲର ଏକ ସଂସ୍ଥା! କେନ୍ଦ୍ରମନ୍ତ୍ରୀ, ବିଚାରପତି ଏବଂ ସାମ୍ବାଦିକଙ୍କ ଫୋନ୍ ହ୍ୟାକ୍

ନୂଆଦିଲ୍ଲୀ: ଭାରତୀୟଙ୍କ ଫୋନ ନମ୍ବରକୁ ହ୍ୟାକ୍ କରିଛି ଇସ୍ରାଏଲର ଏକ ସଂସ୍ଥା । ୨୦୧୯ରେ ଚର୍ଚ୍ଚାରେ ଥିଲା ଇସ୍ରାଏଲର ଏହି ସଂସ୍ଥା ‘ସ୍ପାଏ ଓୟାର ପେଗାସସ୍’। ଏବେ ପୁଣି ୩୦୦ ଭାରତୀୟଙ୍କ ଫୋନ ନମ୍ବରକୁ ହ୍ୟାକ୍ କରି ଚର୍ଚ୍ଚାକୁ ଫେରିଛି ଏହି ଇସ୍ରାଏଲ ସଂସ୍ଥା । ସବୁଠାରୁ ବଡ଼କଥା ହେଉଛି, ମୋଦୀ ସରକାରଙ୍କ ଦୁଇ ମନ୍ତ୍ରୀ, ସୁପ୍ରିମକୋର୍ଟର ଜଣେ ବିଚାରପତି, ବିରୋଧୀ ଦଳର ୩ ଜଣ ନେତା ଏବଂ ୪୦ରୁ ଅଧିକ ସାମ୍ବାଦିକଙ୍କ ଫୋନ ନମ୍ବରକୁ ହ୍ୟାକ୍ କରିବାରେ ସମର୍ଥ ହୋଇଛି ଏହି ସଂସ୍ଥା।

ତେବେ ଭାରତର କେଉଁ ଏଜେନ୍ସି ପକ୍ଷରୁ ଇସ୍ରାଏଲ ସଂସ୍ଥା ଏଭଳି ଫୋନ ହ୍ୟାକ୍ କରିଛି, ତାହା ଜଣାପଡ଼ିନାହିଁ । ସେପଟେ କେନ୍ଦ୍ର ସରକାର ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ଭାରତୀୟଙ୍କ ଫୋନ କଲ, ମେସେଜ ଓ ହ୍ୱାଟ୍ସଆପ ମେସେଜ ଆଦି ଗୋପନୀୟ ତଥ୍ୟ ସ୍ପାଏୱେର ପେଗାସସ୍ ସଂସ୍ଥାର ଡାଟାବେସରେ ରହିଛି । ତେବେ ପେଗାସସକୁ ମାଧ୍ୟମ କରି କୌଣସି ଭାରତୀୟ ସଂସ୍ଥା ଏଭଳି ଗୁଇନ୍ଦାଗିରି କରିଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ସମ୍ବନ୍ଧିତ ଖବର