ପେହଲୁ ଖାନ୍‌,୨ ପୁଅ ବିରୋଧରେ ମାମଲା ରଦ୍ଦ

ଜୟପୁର : ୨୦୧୭ ଏପ୍ରିଲରେ ଭିଡ଼ ହିଂସାର ଶିକାର ହୋଇ ପ୍ରାଣ ହରାଇଥିବା ପେହଲୁ ଖାନ୍‌ ବିରୋଧରେ ଥିବା ଗାଈ ଚୋରା‌ ଚାଲାଣ ମାମଲାକୁ ରଦ୍ଦ କରିଦେଇଛନ୍ତି ରାଜସ୍ଥାନ ହାଇକୋର୍ଟ। ପେହଲୁ ଖାନ୍‌ ସମେତ ତାର ୨ ପୁଅ ଏବଂ ଜଣେ ଟ୍ରକ୍‌ ଡ୍ରାଇଭର ବିରୋଧରେ ଥିବା ଗାଈ ଚୋରାଚାଲାଣ ମାମଲାକୁ ମଧ୍ୟ କୋର୍ଟ ରଦ୍ଦ କରିଦେଇଛନ୍ତି। ରାଜସ୍ଥାନ ହାଇକୋର୍ଟର ଜଣିକିଆ ଖଣ୍ଡପୀଠ କହିଛନ୍ତି, ଗୋ ହତ୍ୟା ପାଇଁ ପେହଲୁ ଖାନ୍‌ ଗାଈ ନେଉଥିଲା ବୋଲି ସେମିତି କିଛି ବଳିଷ୍ଠ ପ୍ରମାଣ ନାହିଁ। ଖଣ୍ଡପୀଠଙ୍କ କହିବା ଅନୁଯାୟୀ, ତଥ୍ୟରୁ ଜଣାପଡ଼ୁଛି ଯେ ପେହଲୁ ଖାନ୍‌ ହତ୍ୟା ପାଇଁ ଗାଈ କିଣିନଥିଲା ବରଂ ଗୋପାଳନ ପାଇଁ ଗାଈ କିଣିଥିଲା । ଉଲ୍ଳେଖଯୋଗ୍ୟ ବସୁନ୍ଧରା ରାଜେ ସରକାର କ୍ଷମତାରେ ଥିବାବେଳେ ରାଜସ୍ଥାନ ପୁଲିସ ପେହଲୁ ଖାନ୍‌ ଏବଂ ତା’ର ୨ ପୁଅ ବି‌ରୋଧରେ ଏଫ୍‌ଆଇଆର ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର