ଶ୍ରୀନଗର: ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ । ଦୁଇ ଦେଶର ସହମତି ପରେ ବି ପାକିସ୍ତାନ ସୀମାରେ ଗୁଳି ମାରିବା ଆରମ୍ଭ କରିଛି । କାଶ୍ମୀର ଉପତ୍ୟାକାର ବିଭିନ୍ନ ସ୍ଥାନରେ ଗୁଳିମାଡ ହେଉଥିବା ଖବର ଆସୁଛି । ଜାମ୍ମୁକାଶ୍ମୀର, ଅଖନୁର, ଆରଏସପୁରା, ଚାମ୍ବା, ଭିମବରରେ ଗୁଳିମାଡ଼ ହେଉଥିବା ବେଳେ ଶ୍ରୀନଗରକୁ ଟାର୍ଗେଟ୍ କରିଛି ପାକିସ୍ତାନ ।
Lalchowk in Srinagar, Kashmir pic.twitter.com/aiMXDhJf82
— Aditya Raj Kaul (@AdityaRajKaul) May 10, 2025
ଶ୍ରୀନଗରରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଭିଛି ଏବଂ ପାକିସ୍ତାନ ଡ୍ରୋନ ଆକ୍ରମଣ ଶ୍ରୀନଗର ଉପରେ କରୁଛି । ଶ୍ରୀନଗର ଲାଲଚୌକ ସହ ବିଭିନ୍ନ ସ୍ଥାନରେ ଡ୍ରୋନ ଆକ୍ରମଣ ହୋଇଥିବା ଖବର ଆସୁଛି । ଇତିମଧ୍ୟରେ ସ୍ଥାନୀୟ ଲୋକେ ଏବଂ ଶ୍ରୀନଗର ପୋଲିସ ୫୦ଟି ବିସ୍ଫୋରଣ ଶବ୍ଦ ଶୁଣିଥିବା କୁହାଯାଉଛି । ପାକିସ୍ତାନ ଡ୍ରୋନ ଆକ୍ରମଣକୁ ଗୁଳି ମାରି ଖସାଉଛନ୍ତି ଭାରତୀୟ ଯବାନ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/10/w48ThElvNj5Q82GO0OQG.jpg)