ଇଟାନଗର : ବରିଷ୍ଠ ବିଜେପି ନେତା ପେମା ଖାଣ୍ଡୁ ଆଜି ଦ୍ବିତୀୟ ଥର ପାଇଁ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ବି.ଡି ମିଶ୍ର ଆଜି ଇଟାନଗର ସ୍ଥିତ ଦୋର୍ଜି ଖାଣ୍ଡୁ ସମ୍ମିଳନୀ କେନ୍ଦ୍ରରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ପେମା ଖାଣ୍ଡୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପେମା ଖାଣ୍ଡୁଙ୍କ ସହ ୧୧ ଜଣ ମନ୍ତ୍ରୀ ମଧ୍ୟ ଆଜି ଶପଥ ନେଇଛନ୍ତି। ପେମା ଖାଣ୍ଡୁଙ୍କ ଶପଥ ଗ୍ରହଣ ଉତ୍ସବରେ ଆସାମ, ନାଗାଲାଣ୍ଡ୍, ମଣିପୁର, ତ୍ରିପୁରା ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଳେ। ଉଲ୍ଳେଖଯୋଗ୍ୟ ପେମା ଖାଣ୍ଡୁଙ୍କ ନେତୃତ୍ବରେ ବିଜେପି ଅରୁଣାଚଳର ୬୦ ବିଧାନସଭା ଆସନରୁ ୪୧ଟି ଆସନରେ ବିଜୟୀ ହୋଇଛି।
ଅରୁଣାଚଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପେମା ଖାଣ୍ଡୁ
/sambad/media/post_attachments/wp-content/uploads/2019/05/pema-khandu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)