ପେନସନ ଏକ ଦୟା ନୁହେଁ, କର୍ମଚାରୀର ଅଧିକାର : ମାଡ୍ରାସ ହାଇକୋର୍ଟ

ଚେନ୍ନାଇ : ପେନସନ ଜଣେ ବୃଦ୍ଧ ବ୍ୟକ୍ତିପାଇଁ ଯେ କେତେ ଜରୁରୀ ତା ସେ ହିଁ କହିପାରିବ । ଜୀବନସାରା ଚାକିରି କରିବା ପରେ ବୃଦ୍ଧାବସ୍ଥାରେ ପହଞ୍ଚିବାପରେ ପେନସନ ହିଁ ବ୍ୟକ୍ତି ପାଇଁ ଏକ ଜରୁରୀ ଆବଶ୍ୟକତା । କିନ୍ତୁ ଅନେକ ସମୟରେ କର୍ମଚାରୀର ପେନସନକୁ ନେଇ ବିଭିନ୍ନ ସରକାରୀ ବିଭାଗ କିମ୍ବା ସଂସ୍ଥା ଖେଳ ଖେଳିଥାନ୍ତି । ଏହି ପ୍ରସଙ୍ଗରେ ଏକ କଡ଼ା ରାୟ ଶୁଣାଇଛନ୍ତି ମାଡ୍ରାସ ହାଇକୋର୍ଟ । କୋର୍ଟ କହିଛନ୍ତି ଯେ ପେନସନ ଏକ ଦୟା ବା ରିହାତି ନୁହେଁ ବରଂ ଏକ କର୍ମଚାରୀର ଅଧିକାର ।

ଯଦି ଜଣେ କର୍ମଚାରୀ ପେନସନ ପାଇବାକୁ ଯୋଗ୍ୟ ଥିବ ଓ ପେନସନ ପାଣ୍ଠି ପାଇଁ ଦରମାରୁ ଏଥିପାଇଁ କିଛି ଅଂଶ କଟୁଥିବ ତେବେ ସେ ପେନସନ ନିଶ୍ଚିତ ଭାବେ ପାଇବାକୁ ହକଦାର । ଓଏନଜିସି କର୍ମଚାରୀ କଲ୍ୟାଣ ସଂଘ ଓ ଆଉ କେତେକ ବ୍ୟକ୍ତି ଦ୍ୱାରା ଆଗତ ରିଟ୍‌ ପିଟିସନର ଶୁଣାଣି କରି କୋର୍ଟ ଏହା କହିଛନ୍ତି । ଅଭିଯୋଗ କରିଥିବା କର୍ମଚାରୀମାନଙ୍କ ବକେୟା ପେନସନ ସୁଧ ସହିତ ରାୟ ପ୍ରକାଶ ପାଇବାର ୬ ମାସ ମଧ୍ୟରେ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର