ଚଣ୍ଡୀଗଡ଼: କୌଣସି ସରକାରୀ କର୍ମଚାରୀ ଅବସର ନେବା ପରେ ତାଙ୍କୁ ମିଳୁଥିବା ପେନସନ ବାବଦରେ ତ ଆପଣ ଶୁଣିଥିବେ | କିନ୍ତୁ ଆପଣ କେବେ ଶୁଣିଛନ୍ତି କି ବୃକ୍ଷମାନେ ମଧ୍ୟ ପେନସନ୍ ପାଆନ୍ତି? ସବୁଠୁ ବଡ କଥା ହେଉଛି ଗଛ ପାଇଁ ଏହି ଯୋଜନା କେବଳ ଭାରତର ଗୋଟିଏ ରାଜ୍ୟରେ ଅଛି। ଆଜି ଆମେ ଆପଣଙ୍କୁ ଏଭଳି ପେନସନ ବ୍ୟବସ୍ଥା କେଉଁ ରାଜ୍ୟରେ ଅଛି ଏବଂ ପେନସନ ବାବଦକୁ କେତେ ଟଙ୍କା ମିଳେ, ସେବାବଦରେ ଆଜି ଆମେ ଆପଣଙ୍କୁ କହିବୁ |
ଆପଣ ନିଶ୍ଚୟ ଶୁଣିଥିବେ ଯେ ଲୋକମାନେ ଅବସର ପେନ୍ସନ୍, ବିଧବା ପେନ୍ସନ୍ କିମ୍ବା ବୃଦ୍ଧାବସ୍ଥା ପେନ୍ସନ୍ ପାଆନ୍ତି | କିନ୍ତୁ ହରିୟାଣା ହେଉଛି ଏମିତି ଏକ ରାଜ୍ୟ ଯାହା ଗଛକୁ ମଧ୍ୟ ପେନ୍ସନ୍ ଦେଇଥାଏ | ତେବେ ପେନସନ ମିଳିବା ପାଇଁ ନିୟମ ହେଉଛି ଯେ, ଗଛଟି ବହୁତ ପୁରୁଣା ହୋଇଥିବ | ପୁରୁଣା ଗଛର ବୟସ ୭୫ ବର୍ଷରୁ ଅଧିକ ହୋଇଥିବାର ଆବଶ୍ୟକ | ହରିୟାଣା ସରକାର ଏହି ବୃକ୍ଷମାନଙ୍କୁ ବାର୍ଷିକ ପେନସନ ପ୍ରଦାନ କରନ୍ତି ଯାହାକି ପ୍ରାଣବାୟୁ ଦେବତା ଯୋଜନା ଅଧୀନରେ ଦିଆଯାଇଥାଏ | ଏହି ଯୋଜନା ୨୦୨୧ ମସିହା ଜୁନ ୫ରେ ଆରମ୍ଭ ହୋଇଥିଲା |
ସେତେବେଳେ ଗଛ ପିଛା ବାର୍ଷିକ ୨୫୦୦ ଟଙ୍କା ପେନ୍ସନ୍ ଦିଆଯାଉଥିଲା । ସବୁଠାରୁ ବଡ କଥା ହେଉଛି ପରେ ଏହି ପରିମାଣକୁ ୨୭୫୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା | ଏହି ସ୍କିମ୍ ଅଧୀନରେ ଲାଭ ପାଇବାକୁ, ଆପଣ ଅନଲାଇନ୍ ରେଜିଷ୍ଟ୍ରେସନ୍ ମଧ୍ୟ କରିପାରିବେ | ଏହା ସହିତ, ଆପଣ ଅଫଲାଇନ୍ ମାଧ୍ୟମରେ ମଧ୍ୟ ଏହି ଯୋଜନାର ଲାଭ ମଧ୍ୟ ପାଇପାରିବେ | ଏହି ଯୋଜନା ମୁତାବକ ଯଦି କେହି ହରିୟାଣାରେ ରହୁଥାନ୍ତି ଓ ଆପଣଙ୍କ ବଗିଚାରେ ଥିବା ଗଛର ବୟସ ୭୫ ବର୍ଷରୁ ଅଧିକ, ସେତେବେଳେ ହିଁ ଜଣେ ଗଛ ପଞ୍ଜିକରଣ କରିପାରିବ | ଯଦି ଆପଣଙ୍କର ଗଛ ଓସ୍ତ ହୋଇଥାଏ, ତେବେ ସରକାର ଏହାକୁ ପ୍ରାଥମିକତା ଦେଇଥାନ୍ତି |