ଲକ୍‌ଡାଉନ୍ ସମୟରୁ ଶ୍ରୀକାକୁଲମ୍‌ରେ ଭୋକିଲା ଭିକାରିଙ୍କୁ ଖୁଆଇବାରେ ମାସକୁ ୫୦ ହଜାର ଟଙ୍କା ବ୍ୟୟ କରୁଛନ୍ତି ଅବସରପ୍ରାପ୍ତ ଇଞ୍ଜିନିୟର

ଶ୍ରୀକାକୁଲମ୍: ଲକ୍‌ଡାଉନ୍ ସମୟରେ ଭିକାରିମାନେ ଭୋକିଲା ରହୁଥିବା ଦେଖି ଗତ ୪ ମାସ ହେବ ‘ସିଭି ନାଗଜ୍ୟୋତି ଚାରିଟେବଲ୍ ଟ୍ରଷ୍ଟ୍‌’ ବ୍ୟାନରରେ ଖାଇବାକୁ ଦେଉଛନ୍ତି ଜଣେ ଅବସରପ୍ରାପ୍ତ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର୍।

‘ଇଣ୍ଡିଆନ୍ ରେଡ୍‌ କ୍ରସ୍ ସୋସାଇଟି’ ଦ୍ବାରା ଶ୍ରୀକାକୁଲମ୍‌ରେ ଏହି କାର୍ଯ୍ୟ କରାଯାଉଛି। ରେଡ୍‌ କ୍ରସ୍ ସ୍ବେଚ୍ଛାସେବୀମାନେ ନିୟମିତ ଭିକାରି ଏବଂ କୁଷ୍ଠରୋଗୀମାନଙ୍କୁ ଖାଦ୍ୟା ଯୋଗାଇ ଦେଉଛନ୍ତି। ଟ୍ରଷ୍ଟ୍‌ରୁ ଦୈନିକ ଶତାଧିକ ଭିକାରି ଭୋଜନ ପାଉଛନ୍ତି।

ଲକ୍‌ଡାଉନ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରେ କେତେକ ସଂଗଠନ ଓ ଅନ୍ୟାନ୍ୟ ସଂଘ ଭୋକିଲା ଲୋକଙ୍କୁ ଭୋଜନ ଯୋଗାଇ ଦେଉଥିଲେ। ଅନ୍‌ଲକ୍‌ ଆରମ୍ଭ ହେବା ପରେ ଏହି ସଂଘମାନଙ୍କ ମଧ୍ୟରୁ ଅଧିକାଂଶ ଖାଦ୍ୟ ବଣ୍ଟନ ବନ୍ଦ କରିଦେଲେ, କିନ୍ତୁ ଏହି ଟ୍ରଷ୍ଟ୍‌ ତା’ର ସେବା ଚାଲୁ ରଖିଛି।

Image Courtesy of The New Indian Express

‘ଇଣ୍ଡିଆନ୍ ରେଡ୍‌ କ୍ରସ୍ ସୋସାଇଟି’ର ଅଧ୍ୟକ୍ଷ ପି ଜଗନ ମୋହନ ରାଓ କହନ୍ତି, ଭିକାରିମାନେ ଭିକ୍ଷା କରୁଥିବା ମନ୍ଦିର ସବୁ ବନ୍ଦ ହୋଇ ଯିବାରୁ ସେମାନେ ଭୋକଉପାସରେ ରହିଲେ।

ଗତ ଅଢ଼େଇ ବର୍ଷ ହେବ ଦରିଦ୍ରଙ୍କୁ ଖୁଆଉଥିବା ଅବସରପ୍ରାପ୍ତ ଚିଫ୍ ଇଞ୍ଜିନିୟର୍ ସିଭିଏନ୍ ମୁର୍ତ୍ତିଙ୍କ ସହ ଆମେ ଯୋଗାଯୋଗ କଲୁ। ପ୍ରସ୍ତାବକୁ ସମ୍ମତ ଜଣାଇ ଭିକାରି ଓ ଅନ୍ୟମାନଙ୍କୁ ଖୁଆଇବାକୁ ସେ ପ୍ରତି ମାସରେ ତାଙ୍କ ପେନ୍‌ସନ୍‌ ଆକାଉଣ୍ଟ୍‌ରୁ ୫୦ ହଜାର ଲେଖାଏଁ ଟଙ୍କା ଦାନ ଦେଲେ। ଶ୍ରୀକାକୁଲମ୍‌ର ପିଏନ୍ କଲୋନିରେ ଥିବା ବରସିଦ୍ଧି ବିନାୟକ ମନ୍ଦିରରେ ସେମାନେ ଭୋଜନ ପ୍ରସ୍ତୁତ କରୁଛନ୍ତି। ଶ୍ରୀକାକୁଲମରେ ଆମେ ଦୈନିକ ୧୦୦ରୁ କମ୍ ଲୋକଙ୍କୁ ଖୁଆଉ ନାହୁଁ।

ଆମେ ମାସକୁ ୬୫ ହଜାର ପାଖାପାଖି ଟଙ୍କା ବ୍ୟୟ କରୁଛୁ। ମୁର୍ତ୍ତି ୫୦ ହଜାର ଟଙ୍କା ‌ଦାନ କରୁଛନ୍ତି ଓ ବାକି ଟଙ୍କା ‘ଇଣ୍ଡିଆନ୍ ରେଡ୍‌ କ୍ରସ୍ ସୋସାଇଟି’ ଓ ଦାତାମାନେ ବହନ କରୁଛନ୍ତି।

 

ସମ୍ବନ୍ଧିତ ଖବର