ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କୁ ଇସ୍ତଫା ଦେବାକୁ କହି ଭୁଲ୍‌କ୍ରମେ ଟୁଇଟ୍‌ ପୋଷ୍ଟ୍‍ କରିଛି ପେଣ୍ଟାଗନ୍‌

ନୂଆଦିଲ୍ଲୀ: ଗୁରୁବାର ଦିନ ପେଣ୍ଟାଗନ୍‌ର ଅଫିସିଆଲ୍‌ ଟୁଇଟର୍‌ ହ୍ୟାଣ୍ଡଲ୍‌ (@DeptofDefense) ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କୁ ଇସ୍ତଫା ଦେବାକୁ କହି ଦୈବାତ୍‌ ରିଟୁଇଟ୍‌ କରି ପକାଇଛି। ତତ୍‌କ୍ଷଣାତ୍‌ ସେ ଟୁଇଟ୍‌କୁ ଡିଲିଟ୍‌ କରି ଦିଆ ଯାଇଥିଲା।

ଡେମୋକ୍ରାଟିକ୍‌ ସିନେଟର୍‌ ଅଲ୍‌ ଫ୍ରାଙ୍କିନ୍‌ ଏବଂ ରିପବ୍ଲିକାନ୍‌ ସିନେଟ୍‌ ପ୍ରାର୍ଥୀ ରୟ ମୁର୍‌ ଆଦିଙ୍କ ଭଳି ଅନେକଙ୍କ ଠାରୁ ଯୌନ ଉତ୍ପୀଡ଼ନ ଅଭିଯୋଗର ସମ୍ମୁଖୀନ ହୋଇଥିବା କାରଣରୁ ଟ୍ରମ୍ପ୍‌ ଇସ୍ତଫା ଦିଅନ୍ତୁ ବୋଲି ଦାବି ହୋଇଥିବା ସେ ଟୁଇଟ୍‌କୁ ପୋଷ୍ଟ୍‌ କରିଥିଲେ ବ୍ୟବହାରକାରୀ @ProudResister।

ସମାଧାନ ସରଳ। ରୟ ମୁର୍‌: ପ୍ରତିଯୋଗିତାରୁ ଓହରି ଯାଅ। ଅଲ୍‌ ଫ୍ରାଙ୍କିନ୍‌: କଂଗ୍ରେସରୁ ଇସ୍ତଫା ଦିଅ। ଡୋନାଲ୍‌ଡ୍‌ ଟ୍ରମ୍ପ୍‌: ରାଷ୍ଟ୍ରପତିତ୍ୱରୁ ଇସ୍ତଫା ଦିଅ। ଜିଓପି: ଏକ ତରଫା ମାମଲକୁ ଯୌନ ଉତ୍ପୀଡ଼ନ ଆଖ୍ୟା ଦେବା ବନ୍ଦ କର। ଏହା ଆପଣଙ୍କ ଛଳନା ପରି ଏକ ଅପରାଧ ବୋଲି ଟୁଇଟ୍‌ରେ ଉଲ୍ଲେଖ ଥିଲା।

ଏହା ଏକ ମାନବୀୟ ତ୍ରୁଟି ଏବଂ ଏହାକୁ ତୁରନ୍ତ ସଂଶୋଧନ କରାଯାଇଛି ବୋଲି ପ୍ରମାଦ ପରେ ପେଣ୍ଟାଗନ୍‌ ମୁଖପାତ୍ର କର୍ଣ୍ଣେଲ୍‌ ରବ୍‌ ମ୍ୟାନିଙ୍ଗ୍‌ ଏକ ବିବୃତି ଜାରି କରିଥିଲେ। ସେ ମଧ୍ୟ ସ୍ପଷ୍ଟ କରିଥିଲେ ଯେ ପ୍ରତିରକ୍ଷା ବିଭାଗ ରିଟୁଇଟେଡ୍‌ ପୋଷ୍ଟ୍‍ର ବିଷୟବସ୍ତୁକୁ ଜନ ସମର୍ଥନ ପାଇଁ ପ୍ରେରଣ କରେ ନାହିଁ।

ଭୁଲ୍‌କ୍ରମେ ପ୍ରତିରକ୍ଷା ବିଭାଗର ଆନୁଷ୍ଠାନିକ ଟୁଇଟର୍‌ ସାଇଟ୍‌ର ଜଣେ କ୍ଷମତାପ୍ରାପ୍ତ ଅପରେଟର୍‌ ରିଟୁଇଟ୍‌ କରିଥିବା ବିଷୟବସ୍ତୁ ପ୍ରତିରକ୍ଷା ବିଭାଗ ଦ୍ୱରା ଜନସମର୍ଥନ ପାଇଁ ଅଭିପ୍ରେତ ନୁହେଁ। ଅପରେଟର୍‌ ଜଣକ ତୁରନ୍ତ ଏହି ତ୍ରୁଟି ଧରି ତାହାକୁ ଉଡ଼ାଇ ଦେଇଥିଲେ ବୋଲି ମ୍ୟାନିଙ୍ଗ୍‌ କହିଥିଲେ।

ମାଇକ୍ରୋ-ବ୍ଲଗିଙ୍ଗ୍‌ ସାଇଟ୍‌ ସହ ପରିଚିତ ଥିବା ଲୋକେ ଜାଣିଥିବେ ଯେ ଟୁଇଟ୍‌ଗୁଡ଼ିକ ଜନସମର୍ଥନ ପାଇଁ ନୁହେଁ ବୋଲି ଅନେକ ଟୁଇଟର୍‌ ଆକାଉଣ୍ଟ୍‌ ଏକ ଡିସ୍‌କ୍ଲେମର୍‌ ବହନ କରି ଥାଆନ୍ତି। କିନ୍ତୁ, ବିଶେଷକରି ପେଣ୍ଟାଗନ୍‌ର @DeptofDefense ସେଭଳି କୌଣସି ଦାବି କରେ ନାହିଁ।

ସମ୍ବନ୍ଧିତ ଖବର