ଭାରତ ସହ ସୀମା ବିବାଦ ବେଳେ ‘ସୀମାନ୍ତରେ ସାମରିକ ଭିତ୍ତିଭୂମି’ ସୁଦୃଢ଼ କରିଛି ଚୀନ୍‌: ପେଣ୍ଟାଗନ୍‌

ନୂଆଦିଲ୍ଲୀ: ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଭାରତ ସହ ସୀମା ବିବାଦ ଓ ସେ ଜନିତ ଅଚଳାବସ୍ଥା ସମୟରେ ଚୀନ୍‌ କିଭଳି ସୀମାନ୍ତରେ ସାମରିକ ଭିତ୍ତିଭୂମି ସୁଦୃଢ଼ କରିଛି, ସେ ସଂକ୍ରାନ୍ତରେ ‘ପେଣ୍ଟାଗନ୍‌’ ପୁଙ୍ଖାନୁପୁଙ୍ଖ ରିପୋର୍ଟ ପ୍ରକାଶ କରିଛି।

୨୦୨୦ରେ ଭାରତ ସହ ଅଚଳାବସ୍ଥା ସମୟରେ ଚୀନ୍‌ ସୁଦୂର ପଶ୍ଚିମ ହିମାଳୟ ଅଞ୍ଚଳରେ ‘ଫାଇବର୍‌ ଅପ୍ଟିକ୍‌’ ନେଟ୍‌ଓ୍ଵାର୍କ’ ବିଛାଇବା ସହ ସୀମାନ୍ତ ଅଞ୍ଚଳରେ ସାମରିକ ପରିସର ସବୁ ସ୍ଥାପନ କରିଛି।

‘ମିଲିଟାରି ଆଣ୍ଡ୍‌ ସିକ୍ୟୁରିଟି ଡେଭ୍‌ଲପ୍‌ମେଣ୍ଟ୍‌ସ୍‌ ଇନ୍‌ଭଲ୍‌ଭିଙ୍ଗ୍‌ ଦି ପିପୁଲସ୍‌ ରିପବ୍ଲିକ୍‌ ଅଫ୍‌ ଚାଇନା ୨୦୨୧’ ଶୀର୍ଷକ ରିପୋର୍ଟରେ ଉଲ୍ଲେଖ ଅଛି, ୨୦୨୦ରେ ଭାରତ ସହ ସୀମା ବିବାଦଜନିତ ସୃଷ୍ଟ ଅଚଳାବସ୍ଥା ସମୟରେ ତ୍ୱରିତ୍ୱ ଯୋଗାଯୋଗ ଏବଂ ବୈଦେଶିକ ବାଧାବିଘ୍ନରୁ ନିରାପଦ ରହିବା ନିମନ୍ତେ ‘ପିପୁଲସ୍‌ ଲିବରେସନ୍‌ ଆର୍ମି’ ପଶ୍ଚିମ ହିମାଳୟର ସୁଦୂର ଅଞ୍ଚଳରେ ‘ଫାଇବର୍‌ ଅପ୍‌ଟିକ୍‌ ନେଟ୍‌ଓ୍ଵାର୍କ’ ବିଛାଇଛି।

Image Courtesy of India

ଫଳରେ, ସେମାନେ ସ୍ୱଳ୍ପ ସମୟରେ ସମୁଚ୍ଚିତ ନିଷ୍ପତ୍ତି ଗ୍ରହଣ କରିବା ନିମନ୍ତେ ସବୁ ପ୍ରକାର ସୂଚନା ପାଇବାରେ ସମର୍ଥ ହେଲେ ବୋଲି ଉକ୍ତ ରିପୋର୍ଟ କହିଛି।

ପୂର୍ବ ଲଦାଖରେ ଭାରତ-ଚୀନ୍‌ ସୀମାନ୍ତରେ ଅଚଳାବସ୍ଥା ସମେତ ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ‘ପେଣ୍ଟାଗନ୍‌’ ନିୟମିତ ଭାବେ ‘ଯୁକ୍ତରାଷ୍ଟ୍ର ଆମେରିକା କଂଗ୍ରେସ’କୁ ରିପୋର୍ଟ ଦିଏ। ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, କରୋନାଭାଇରସ୍‌ ମହାମାରୀ, ଭାରତ ସହ ସୀମା ବିବାଦ ଏବ ଅନ୍ୟାନ୍ୟ ସମସ୍ୟ ସତ୍ତ୍ୱେ ୨୦୨୦ରେ ଚୀନ୍‌ ସେନା ବିଗତ ବର୍ଷମାନଙ୍କ ତୁଳନାରେ ସେମାନଙ୍କର ତାଲିମ ଓ ଠିକଣା ସ୍ଥାନରେ ଅସ୍ତ୍ରଶସ୍ତ୍ର ଠୁଳ କରିଥିଲେ।

‘ପେଣ୍ଟାଗନ୍‌’ କହିଛି, ସୀମାନ୍ତରେ ଉତ୍ତେଜନା ହ୍ରାସ ପାଇଁ କୂଟନୈତିକ ଏବଂ ସାମରିକ ଆଲୋଚନା ଚାଲିଥିଲେ ବି ଚୀନ୍‌ ‘ବାସ୍ତବ ନିୟନ୍ତ୍ରଣ ରେଖା’ ଅଞ୍ଚଳରେ ତା’ର ଦାବିରେ ଅଟଳ ରହିବାକୁ ବର୍ଦ୍ଧିଷ୍ଣୁ ତଥା କୌଶଳପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

ପଡ଼ୋଶୀମାନଙ୍କ ସହ, ବିଶେଷ କରି ଭାରତ ସହ ଚୀନ୍‌ ଆକ୍ରମଣାତ୍ମକ ଆଚରଣ ପ୍ରଦର୍ଶନ କରୁଛି।

ସମ୍ବନ୍ଧିତ ଖବର