ନୂଆଦିଲ୍ଲୀ: ଖୁବଶୀଘ୍ର ବିବାହ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଲୋକସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଏବରେଲିରେ ଜୋରଦାର ପ୍ରଚାର କରୁଛନ୍ତି। ପୂର୍ବରୁ ପ୍ରଚାର କରିଥିଲେ ବି ସୋମବାର ସେ ପୁନର୍ବାର ରାଏବରେଲିରେ ଏକ ରାଲି କରିବା ପାଇଁ ପହଞ୍ଚିଥିଲେ। ଯେତେବେଳେ ରାହୁଲଙ୍କ ସମ୍ବୋଧନ ସମାପ୍ତ ହେଲା, ଜନତା ତାଙ୍କୁ ଜୋରରେ ପ୍ରଶ୍ନ ପଚାରିବା ଆରମ୍ଭ କରିଥିଲେ।
ଜନତା ସମାନ ପ୍ରଶ୍ନକୁ ବାରମ୍ବାର ଦୋହରାଉଥିଲେ ଯେ ରାହୁଲ କେବେ ବିବାହ କରିବେ? ପ୍ରଥମେ ଜନତାଙ୍କ ପ୍ରଶ୍ନ ଶୁଣି ପାରିନଥିଲେ ରାହୁଲ। ପାଖରେ ଥିବା ଲୋକଙ୍କୁ ସେ ଲୋକେ କ’ଣ ପଚାରୁଛନ୍ତି ବୋଲି ପଚାରିବା ପରେ ଲୋକେ ଜୋରରେ ପାଟି କରି ବିବାହ ବିଷୟରେ ପଚାରିଥିଲେ। ପ୍ରଶ୍ନ ଶୁଣି ପାରି ହସିବା ସହ ଏବେ ଶୀଘ୍ର ବିବାହ କରିବାକୁ ପଡ଼ିବ ବୋଲି କହିଥିଲେ ରାହୁଲ।
ଉଲ୍ଲେଖଯୋଗ୍ୟ, କେରଳର ୱାଏନାଡରୁ ସାଂସଦ ଥିବା ରାହୁଲ ଗାନ୍ଧୀ ଏଥର ଦୁଇଟି ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୱାଏନାଡ ଆସନ ସହ ୟୁପିର ରାଏବରେଲି ଆସନରୁ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ହୋଇଛନ୍ତି। ୱାଏନାଡରେ ମତଦାନ ଶେଷ ହୋଇଥିବା ବେଳେ ଏହି ଆସନରେ ମତଦାନ ଆସନ୍ତା ୨୦ରେ ଅନୁଷ୍ଠିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/Rahul-Gandhi-To-Get-Marry-Soon_Thumbnail.jpg)