ବାଙ୍ଗାଲୋର: ଲକଡାଉନ କଟକଣା ଏବେ ସାରା ଦେଶରେ ଲାଗୁ ହୋଇଥିବାବେଳେ ଲୋକମାନେ ମଧ୍ୟ ଏହାକୁ ମଣୁଥିବାର ଦେଖାଯାଇଛି | ତେବେ କିଛି ଅମାନିଆ ଲକଡାଉନ କଟକଣାକୁ ମାନୁନଥିବାବେଳେ ପୁଲିସ ସାମ୍ନାରେ ବିଭିନ୍ନ ବାହାନା ମଧ୍ୟ ଦେଖାଉଛନ୍ତି | ଅନ୍ୟପଟେ ଲକଡାଉନକୁ କିଭଳି ସଫଳ କରାଯାଇପାରିବ ପୁଲିସ ମଧ୍ୟ ସେଥିପ୍ରତି ସଜାଗ ରହିଛି | ତେବେ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ପାଇଁ କର୍ଣ୍ଣାଟକ ପୁଲିସ ଏକ ଭିନ୍ନ ଦଣ୍ଡ ଦେଇଛି ।
ମିଳିଥିବା ସୂଚନା ମୁତାବକ କର୍ଣ୍ଣାଟକର ମାଣ୍ଡିଆ ଜିଲ୍ଲାରେ କିଛି ଅମାନିଆ ଲକଡାଉନ କଟକଣାକୁ ଭାଙ୍ଗି ଏଣେତେଣେ ବୁଲୁଥିବାର ଦେଖିବାକୁ ମିଳିଥିଲା | ଏହାପରେ ପୁଲିସ ସେମାନଙ୍କୁ ଗିରଫ ନ କରି ସହରର ଉପକଣ୍ଠରେ ଥିବା ଦେବୀରାମନି ହ୍ରଦକୁ ସଫା କରାଇଥିଲା |
ଏହି ହ୍ରଦଟି ଦଳରେ ପରିପୂର୍ଣ୍ଣ ହୋଇଯାଇଥିବାରୁ ପାଣି ଭଲ ଭାବେ ନିଷ୍କାସିତ ହୋଇପାରୁନଥିଲା | ଯାହାକୁ ଦେଖି ପୁଲିସ ଏହି ନିୟମ ଉଲ୍ଲଙ୍ଘନକାରୀଙ୍କୁ ହ୍ରଦ ସଫା କାମରେ ନିୟୋଜିତ କରାଇଥିଲା | ଏଥିପାଇଁ ସେମାନଙ୍କୁ ଗ୍ଳୋବ୍ସ ସାଙ୍ଗକୁ କୋଦାଳ ମଧ୍ୟ ଦେଇଥିଲା | ଏହା ପରେ ଲକଡାଉନ କାହିଁକି କରାଯାଉଛି ସେ ବାବଦରେ ବୁଝିଅଥିଲା |