ପାକିସ୍ତାନରେ ସ୍ଥାନୀୟ ଲୋକ ଭାଙ୍ଗିଦେଲେ ଐତିହାସିକ ଗୁରୁ ନାନକ ମହଲ

ଲାହୋର: ପାକିସ୍ତାନର ପଞ୍ଜାବ ପ୍ରଦେଶରେ କିଛି ସ୍ଥାନୀୟ ଲୋକ ଐତିହାସିକ ଗୁରୁ ନାନକ ମହଲର ପ୍ରମୁଖ ଅଂଶକୁ ଭାଙ୍ଗିଦେଇଛି। ଲୋକମାନେ ଭାଙ୍ଗି ଦେଇ ଝରକା ଓ କବାଟ ଲୁଟି ନେଇ ବିକ୍ରି କରିଦେଇଛନ୍ତି । ଏହି ୪ ମହଲା କୋଠାର କାନ୍ଥରେ ଶିଖ ଧର୍ମଗୁରୁ ଗୁରୁ ନାନକଙ୍କ ସମେତ ହିନ୍ଦୁ ଶାସକ ଓ ରାଜକୁମାରୀମାନଙ୍କର ଫଟୋଚିତ୍ର ଥିଲା।

www.dawn.com

ରିପୋର୍ଟ ଅନୁସାରେ ବାବା ଗୁରୁ ନାନକ ମହଲକୁ ଦେଖିବାକୁ ଭାରତ ତଥା ସାରା ଦୁନିଆର ଶିଖ ସମ୍ପ୍ରଦାୟର ଲୋକ ଆସିଥାନ୍ତି। ପାକିସ୍ତାନର ଲାହୋରଠାରୁ ୧୦୦ କିଲୋମିଟର ଦୂରରେ ଥିବା ନାରୋବଲ ସହରରେ ଏହା ଅବସ୍ଥିତ | ଏହି ମହଲରେ ୧୬ଟି କୋଠରୀ ଥିବାବେଳେ ପ୍ରତିଟି କୋଠରୀକୁ ସ୍ଥାନୀୟ ଲୋକ କ୍ଷତି ପହଞ୍ଚାଇଛନ୍ତି | ଏସବୁ କୋଠରୀରେ ଲାଗିଥିବା କବାଟ, ଝରକାକୁ ଓପାଡ଼ି  ନେଇଛନ୍ତି | କୁହାଯାଉଛି ସ୍ଥାନୀୟ ପ୍ରତ୍ନତାତ୍ଵିକ ବିଭାଗର ନିରବ ସମର୍ଥନ ଯୋଗୁଁ ସ୍ଥାନୀୟ ଲୋକ ଏଭଳି କାର୍ଯ୍ୟ ରଚିଛନ୍ତି | ସେଠାକାର ଶିଖ ଧର୍ମଗୁରୁମାନେ କହିଛନ୍ତି କିଛି ପ୍ରଭାବଶାଳୀ ଲୋକ ମହଲାକୁ ଭାଙ୍ଗୁଥିବାବେଳେ ସରକାରୀ କର୍ମଚାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ନେଇଥିଲେ | ଦୀର୍ଘ ଦିନ ଧରି ଲାଗିଥିବା ଦାମୀ କବାଟ, ଝରକାକୁ ବିକ୍ରି କରିଦେଇଛନ୍ତି | ଏହି ଘଟଣାକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର