ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଏକଜୁଟ୍ ହେଲା ବିଶ୍ୱ: ଭିଡ଼ିଓ କନଫରେନସିଙ୍ଗ ଜରିଆରେ ଯୋଡ଼ିହେଲେ ୧୦୧ ଟି ଦେଶର ଲୋକ, ୧୦୮ଥର ପଢାଗଲା ଗାୟତ୍ରୀମନ୍ତ୍ର

ମୁମ୍ବାଇ : ଏ ମଧ୍ୟରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଅନେକ ଦିନ ବିତିଯାଇଥିଲେ ବି ପ୍ରଶଂସକଙ୍କ ମନରୁ ଏପର୍ଯ୍ୟନ୍ତ ଦୁଃଖ ଯାଇନାହିଁ । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି ଏହାକୁ ନେଇ ଏବେ ତନାଘନା ଚାଲିଛି । ପ୍ରଥମେ ମୁମ୍ବାଇ ପୁଲିସ୍ ପରେ ବିହାର ପୁଲିସ୍ ଆଉ ଏବେ ସିବିଆଇ । ଭାରତରୁ ଆରମ୍ଭ କରି ବିଦେଶରେ ରହୁଥିବା ସୁଶାନ୍ତଙ୍କ ପ୍ରଶଂସକ ମଧ୍ୟ ତାଙ୍କୁ ନ୍ୟାୟ ଦେବା ପାଇଁ ଆନ୍ଦୋଳନ କରୁଛନ୍ତି । ବର୍ତ୍ତମାନ ଏହା ବଲିଉଡ୍ ତଥା ମୁମ୍ବାଇ-ବିହାର ଭିତରେ ସୀମିତ ହୋଇ ରହିନାହିଁ ଅନ୍ତଃରାଷ୍ଟ୍ରୀୟ ମାମଲାର ରୁପ ନେଇସାରିଛି । ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତୀ ଭାଇକୁ ନ୍ୟାୟ ଦେବା ପାଇଁ ସୋସିଆଲ୍ ମିଡ଼ିଆରେ ଲୋକଙ୍କୁ ସମର୍ଥନ ମାଗୁଛନ୍ତି । ଯାହାର ଉତ୍ତରରେ ସୁଶାନ୍ତଙ୍କୁ ଭଲ ପାଉଥିବା ଲୋକ ମଧ୍ୟ ନ୍ୟାୟ ପାଇଁ ଡିଜିଟାଲ୍ ଆନ୍ଦୋଳନ ଚଲାଇଛନ୍ତି ।

BBC.com

ଗଣେଶ ଚତୁର୍ଥୀ ଅବସରରେ ଶ୍ୱେତା ସୁଶାନ୍ତଙ୍କ ପ୍ରଶଂସକଙ୍କ ସହ ଭିଡ଼ିଓ କନଫ୍ରେନ୍ସ ଜରିଆରେ କଥାବାର୍ତ୍ତା କରି ଭାଇକୁ ନ୍ୟାୟ ଦେବାରେ ସହାୟତା କରିବା ପାଇଁ କହିଥିଲେ । ଏହି ସମୟରେ ୧୦୧ ଟି ଦେଶର ଲୋକଙ୍କ ସହ ସେ ଜଡ଼ିତ ହୋଇଥିଲେ । ଯେଉଁଥିରେ ହିନ୍ଦୁ-ମୁସଲିମ୍-ଖ୍ରୀଷ୍ଟିଆନ୍-ଶିଖ୍-ପାର୍ସୀ ଭଳି ସବୁ ଜାତି ସବୁ ଧର୍ମର ଲୋକ ଏକଜୁଟ୍ ହୋଇ ସୁଶାନ୍ତଙ୍କ ପାଇଁ ଗାୟତ୍ରୀ ମନ୍ତ୍ର ଜପ କରିଥିଲେ । ଶ୍ୱେତା ଏହି ଭିଡ଼ିଓକୁ ଟ୍ୱିଟ୍ କରି ଲେଖିଛନ୍ତି – ୧୦୧ ଦେଶର ଲୋକ ଏବେ ଆମ ସହ ଅଛନ୍ତି । ଭିନ୍ନ ଭିନ୍ନ ଧର୍ମର ଲୋକ ମିଶି ମୋ ଭାଇର ଆତ୍ମା ପାଇଁ ୧୦୮ ଥର ଗାୟତ୍ରୀ ମନ୍ତ୍ର ଜପ କଲେ । ଭଗବାନ କରନ୍ତୁ ଏହି ନ୍ୟାୟର ଲଢେଇରେ ସତ ଏବଂ ନ୍ୟାୟର ବିଜୟ ହେଉ ଏବଂ ସୁଶାନ୍ତଙ୍କୁ ଭଲ ପାଉଥିବା ଲୋକଙ୍କ ଏକତା ସବୁବେଳେ ଏମିତି ଅକ୍ଷୁଣ୍ଣ ରହୁ । ଏହା

ସମ୍ବନ୍ଧିତ ଖବର