କରୋନାର ପ୍ରଥମ ଲହର ପରେ ଆମେ ସମସ୍ତେ ଅସାବଧାନ ହୋଇଗଲୁ : ମୋହନ ଭାଗବତ

କରୋନାର ୨ୟ ଲହର ପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ସମସ୍ତେ ଦାୟୀ

ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀର ୨ୟ ଲହର ପାଇଁ ସରକାର, ପ୍ରଶାସନ ଓ ଜନସାଧାରଣ ସମସ୍ତେ ଦାୟୀ । ସମସ୍ତଙ୍କ ଅବହେଳା ପାଇଁ ଦେଶକୁ ଏଡ଼େ ବଡ଼ ଦୁର୍ଗତିର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ)ର ସର ସଂଘଚାଳକ ମୋହନ ଭାଗବତ କହିଛନ୍ତି ।
କରୋନାର ପ୍ରଥମ ଲହର ପରେ ଆମେ ସମସ୍ତେ ଅବହେଳା କଲୁ । ଆମେ ସମସ୍ତେ ଜାଣିଥିଲୁ ଯ଼େ ୨ୟ ଲହର ଆସିବ । ଡାକ୍ତର ଓ ବିଶେଷଜ୍ଞମାନେ ଆମକୁ ଏଥିପାଇଁ ସତର୍କ କରାଇଦେଇଥିଲେ । ତଥାପି ଆମେ ଅବହେଳା କଲୁ ବୋଲି ସେ କହିଛନ୍ତି ।
ଆରଏସଏସ ପକ୍ଷରୁ ଆୟୋଜିତ ବକ୍ତୃତାମାଳା‘ପଜିଟିଭିଟି ଅନଲିମିଟେଡ୍ ( ଅନନ୍ତ ସକାରାତ୍ମକତା)’ରେ ଯ଼ୋଗ ଦେଇ ସେ କହିଛନ୍ତି ଯ଼େ ଏବେ ସେମାନେ କହୁଛନ୍ତି ଯ଼େ ଆଗକୁ ୩ୟ ଲହର ଆସିବ । ତାହାକୁ ଆମକୁ କଣ ଡରିବାକୁ ହେବ ବା ଆମେ ସକାରାତ୍ମକ ମନୋଭାବ ନେଇ ତାହାର ମୁକାବିଲା କରିବା ? ଭାରତର ଜନସାଧାରଣ ଏକତ୍ରିତ ହୋଇ ସମ୍ଭାବ୍ୟ ୩ୟ ଲହରର ମୁକାବିଲା ପାଇଁ ଆତ୍ମବିଶ୍ବାସ ତିଆରି କରିବା ଆବଶ୍ୟକ ।
ସେ ଆହୁରି ମଧ୍ୟ କହିଛନ୍ତି ଯ଼େ, ବର୍ତ୍ତମାନର ସଂକଟରୁ ଆମକୁ ଶିକ୍ଷାଲାଭ କରି ଭବିଷ୍ୟତ ଉପରେ ଫୋକସ କରିବାକୁ ହେବ ।

ସମ୍ବନ୍ଧିତ ଖବର