ଘରଭଡ଼ା ମହଙ୍ଗା, ଆମେରିକାରେ ବି ଲୋକେ ମାସ ମାସ ଧରି କାରରେ ଶୋଉଛନ୍ତି

କେବଳ ଭାରତରେ ନୁହେଁ, ବିଶ୍ୱର ସବୁଠୁ ଧନଶାଳୀ ଓ କ୍ଷମତାଶାଳୀ ଦେଶ ଆମେରିକାରେ ମଧ୍ୟ ଅନେକ ବାସହୀନ ଲୋକ ରହିଛନ୍ତି ଯେଉଁମାନେ ନିଜ କାର୍‌ ଭିତରେ ରହିବାକୁ ବାଧ୍ୟ ହେଉଛନ୍ତି । ବିଶେଷକରି କାଲିଫର୍ଣ୍ଣିଆରେ ଥିବା ମଧ୍ୟବିତ୍ତ କର୍ମଜୀବି ଲୋକମାନେ ମହଙ୍ଗା ଘରଭଡ଼ା ଦେବାକୁ ଅସମର୍ଥ ଥିବାରୁ ନିଜ କାର ବା ଭ୍ୟାନରେ ରହିବାକୁ ବାଧ୍ୟ ହେଉଛନ୍ତି ।

ଲସଆଞ୍ଜେଲ୍ସ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ଜଣେ ନର୍ସ ଗତ ୩ ମାସ ହେଲା ନିଜ କାର୍‌ରେ ରହୁଛନ୍ତି । ଏକ ଚର୍ଚ୍ଚର ପାର୍କିଂ କାର୍‌ ପାର୍କିଂ କରି ସେ ରହୁଛନ୍ତି । ରାତିରେ କାରରେ ଶୁଅନ୍ତି ଓ ସକାଳ ପାହିଲେ ନିକଟସ୍ଥ ଓ୍ଵାଏମସିଏ ( ଏକ ଅନ୍ତର୍ଜାତୀୟ ସେବାମୂଳକ ଖ୍ରୀଷ୍ଟିଆନ ସଂଗଠନ) ରେ ଗାଧୋଇବା ପାଇଁ ଯାଆନ୍ତି ଓ ନିଜେ କାମ କରୁଥିବା ହସପିଟାଲରେ ପୋଷାକ ବଦଳାନ୍ତି ।

wweek.com

ସେହିପରି ୬୫ ବର୍ଷିୟା କ୍ୟାଥି ଓ ୭୧ ବର୍ଷ ବୟସ୍କ ଫିଲ୍‌ ଗତ ୨୦୧୩ ରେ ଋଣ ସୁଝି ନପାରିବାରୁ ନିଜ ଘରକୁ ହରାଇଥିଲେ । ସେବେଠାରୁ ସେମାନେ ନିଜ ଆରଭିରେ ରହୁଛନ୍ତି । ଆରଭି ବା ରିକ୍ରିଏସନାଲ ଭେହିକ୍ଲ ହେଉଛି ଏକ ପ୍ରକାର ଗାଡ଼ି ଯେଉଁଥିରେ ରହିବାର ବ୍ୟବସ୍ଥା କରାଯାଇଥାଏ । ସ୍ୱଳ୍ପ ଆୟ ହେତୁ ସେ ପବିତ୍ର ବଡ଼ଦିନରେ ମଧ୍ୟ ନିଜ ଘରକୁ ଭଲଭାବରେ ସଜାଇପାରି ନଥିଲେ । ପୁରୁଣା ଲାଇଟ୍‌ ଓ ଛୋଟ ମ୍ୟୁଜିକ ସିଷ୍ଟମ ରେ କାମ ଚଳାଇ ନେଇଥିଲେ ।

ଆମେରିକା ସରକାରଙ୍କ ସାମାଜିକ ସେବା ସ୍ୱରୂପ ଏକ ସେଫ ପାର୍କିଂ କାର୍ଯ୍ୟକ୍ରମ ଗତ ୧୨ ବର୍ଷ ହେଲା ଚାଲିଛି । ଏହା ମାଧ୍ୟମରେ ଚର୍ଚ୍ଚ, ସରକାରୀ ଅଫିସ ପରିସର ଆଦି ସର୍ବସାଧାରଣ ସ୍ଥାନରେ ଲୋକମାନଙ୍କୁ ମାଗଣାରେ ପାର୍କିଂ ସୁବିଧା ଦିଆଯାଉଛି ।

ସମ୍ବନ୍ଧିତ ଖବର