ଭାରତୀୟଙ୍କଠାରୁ ପାକିସ୍ତାନୀ ବେଶୀ ଖୁସି !

ପ୍ରକାଶ ପାଇଲା ୨୦୨୨ ମସିହାରେ ବିଶ୍ୱର ସବୁଠୁ ଖୁସି ଥିବା ଦେଶ ତାଲିକା

ନୂଆଦିଲ୍ଳୀ: ୨୦୨୨ ମସିହା ପାଇଁ ବିଶ୍ୱର ସବୁଠୁ ଖୁସିର ଦେଶଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି ଫିନ୍‌ଲାଣ୍ଡ । ତାଲିକାରେ ଦ୍ୱିତୀୟ ସ୍ଥାନରେ ଡେନମାର୍କ ରହିଥିବା ବେଳେ ତୃତୀୟ ସ୍ଥାନରେ ଆଇସଲ୍ୟାଣ୍ଡ ଓ ଚତୁର୍ଥ ସ୍ଥାନରେ ରହିଛି ସ୍ୱିଜରଲ୍ୟାଣ୍ଡ। ସେହିପରି ପଞ୍ଚମ ସ୍ଥାନରେ ନେଦରଲ୍ୟାଣ୍ଡସ୍ ରହିଥିବା ବେଳେ ଷଷ୍ଠ ସ୍ଥାନରେ ଲୁଜୁମବର୍ଗ, ସପ୍ତମ ସ୍ଥାନରେ ସ୍ୱିଡେନ, ଅଷ୍ଟମ ସ୍ଥାନରେ ନରୱେ, ନବମ ସ୍ଥାନରେ ଇସ୍ରାଏଲ ଓ ଦଶମ ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ । ସବୁଠୁ ଖୁସି ଦେଶ ତାଲିକାର ୧୧ତମ ସ୍ଥାନରେ ଅଷ୍ଟ୍ରିଆ ରହିଥିବା ବେଳେ ୧୨ ତମ ଅଷ୍ଟ୍ରେଲିଆ, ୧୩ତମ ସ୍ଥାନରେ ଆୟରଲ୍ୟାଣ୍ଡ, ୧୪ତମ ସ୍ଥାନରେ ଜର୍ମାନୀ, ୧୫ ତମ ସ୍ଥାନରେ ରହିଛି କାନାଡ଼ା । ସେହିପରି ଆମେରିକା ୧୬ତମ ସ୍ଥାନରେ ଥିବା ବେଳେ ୟୁନାଇଟେଡ୍ କିଙ୍ଗଡମ୍ ୧୭ତମ ସ୍ଥାନରେ ରହିଛି । ୧୮ତମ ସ୍ଥାନରେ ଚେକ୍ ରିପବ୍ଲିକ ରହିଥିବା ବେଳେ ୧୯ତମ ସ୍ଥାନରେ ବେଲଜିୟମ ଓ ୨୦ତମ ସ୍ଥାନରେ ରହିଛି ଫ୍ରାନ୍ସ ।

ଏହି ତାଲିକାରେ ରୁଷ୍ ୭୪ତମ ସ୍ଥାନରେ ରହିଥିବା ବେଳେ ଚୀନ ରହିଛି ୮୨ତମ ସ୍ଥାନରେ । ସବୁଠାରୁ ବଡକଥା ହେଉଛି ଏହି ତାଲିକାରେ ଭାରତ ରହିଛି ୧୩୬ତମ ସ୍ଥାନରେ । ଭାରତୀୟଙ୍କ ତୁଳନାରେ ପଡୋଶୀ ଦେଶମାନଙ୍କର ଲୋକେ ଅଧିକ ଖୁସି । କାହିଁକି ନା ତାଲିକାରେ ନେପାଳ ୮୫ତମ ସ୍ଥାନରେ ଥିବାବେଳେ ବାଂଲାଦେଶ ୯୯ ଓ ପାକିସ୍ତାନ ରହିଛି ୧୦୩ତମ ସ୍ଥାନରେ । ଏପରି କି ମିଆଁମାର ୧୨୩ତମ ସ୍ଥାନରେ ରହିଥିବା ବେଳେ ଶ୍ରୀଲଙ୍କା ୧୨୬ତମ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର