ଗାଡ଼ିରେ କାହିଁକି ଲଗାଗଲା, ‘ପୁଲିସ ଅଙ୍କଲ ଆପଣ ଗାଡ଼ି ଅଟକାଇଲେ ବାପା ଅଟକି ଯିବେ, କିନ୍ତୁ ଦୟା କରି ଗୁଳି ମାରିବେ ନାହିଁ’ର ପୋଷ୍ଟର ଜାଣନ୍ତୁ

ବାରାଣାସୀ: ଉତ୍ତରପଦେଶର ଲକ୍ଷ୍ନୌ ସହରରେ ପ୍ରତିଷ୍ଠିତ ଆନ୍ତର୍ଜାତିକ କମ୍ପାନି ‘ଆପଲ’ର ଜଣେ ସହକାରୀ ସେଲ୍‌ ଓ ମ୍ୟାନେଜରଙ୍କର ପୁଲିସ ଗୁଳିରେ ମୃତ୍ୟୁ ହୋଇଥିବା ଖବର ମିଳିଥିଲା।  ପାଟ୍ରୋଲିଂ କରୁଥିବା ଜଣେ କନଷ୍ଟେବଳଙ୍କ ତ୍ରୁଟି ଯୋଗୁଁ ସେଲ୍‌ସ ମ୍ୟାନେଜର ବିବେକ ତିଓ୍ଵାରୀ(୩୮ ବର୍ଷ)ଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିବା ସହିତ ଘଟଣାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

ଏପଟେ ‘ଆପଲ’ର ସହକାରୀ ସେଲ୍‌ ଓ ମ୍ୟାନେଜର ବିବେକ ତିଓ୍ଵାରୀଙ୍କ ପୁଲିସ ଗୁଳିରେ ମୃତ୍ୟୁ ହେବାପରେ ବାରାଣାସୀରେ ସପା କାର୍ଯ୍ୟକର୍ତ୍ତା ବିରୋଧ ପ୍ରଦର୍ଶନ କରିଛନ୍ତି। ସପା ନେତା ଲୋକଙ୍କ ଗାଡ଼ିରେ ପୋଷ୍ଟର ଲାଗାଇଛନ୍ତି। ଯେଉଁଥିରେ ଲେଖା ଯାଇଛି କି, ପୁଲିସ ଅଙ୍କଲ ଆପଣ ଗାଡ଼ି ଅଟକାଇଲେ ବାପା ଅଟକି ଯିବେ, କିନ୍ତୁ ଦୟା କରି ଗୁଳି ମାରିବେ ନାହିଁ।

ଏହି ପୋଷ୍ଟ ଲଗାଯିବାକୁ ନେଇ ସପା ନେତା କହିଛନ୍ତି, ଏହି ପୋଷ୍ଟର ଲୋକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଲଗା ଯାଇଛି। ଲୋକମାନେ ପୁଲିସର ଏଭଳି ଭୟପୂର୍ଣ୍ଣ ବାତବରଣକୁ ନେଇ ନିଜର ଆକ୍ରୋଷ ଜାହିର୍‌ କରିଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ବି କେ ତିଓ୍ଵାରି ତାଙ୍କର ଅନ୍ୟ ୬ ଜଣ ବନ୍ଧୁଙ୍କ ସହିତ କାରରେ ଯାଉଥିବା ବେଳେ ଏକ ପୁଲିସ ପାଟ୍ରୋଲିଂ ମୋଟରସାଇକେଲକୁ ଧକ୍କା ଦେଇଥିଲା। ସଙ୍ଗେସଙ୍ଗେ କନଷ୍ଟେବଳ ପ୍ରଶାନ୍ତ କୁମାର କାର ଉପରକୁ ଗୁଳି ଚଳାଇଥିଲେ। ଗୁଳି ବିବେକଙ୍କ ବେକରେ ବାଜିଥିଲା ଓ ଏହି ଗୁଳିରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣାରେ କନଷ୍ଟେବଳ ପ୍ରଶାନ୍ତ କୁମାରଙ୍କୁ ନିଲମ୍ବନ କରାଯିବା ସହିତ ତାଙ୍କ ସହିତ ତାଙ୍କ ସହଯୋଗୀ ସନ୍ଦୀପ କୁମାରଙ୍କୁ ଗିରଫ କରାଯାଇଛି। କନଷ୍ଟେବଳ ପ୍ରଶାନ୍ତ ନିଜ ଆତ୍ମରକ୍ଷା ପାଇଁ ଏହି ଗୁଳି ଚଳାଇଥିବା କହିଛନ୍ତି।

ପୁଲିସ ବାଇକକୁ ଧକ୍କା ଦେଇ କେହି ଅପରାଧୀ ଖସିଯିବାକୁ ଚେଷ୍ଟା କରୁଥିବା ଭାବି ସେ କାର ଉପରକୁ ଗୁଳି ଚଳାଇଥିଲେ।

ତେବେ ପୁଲିସ ମହାନିର୍ଦ୍ଦେଶକ ଓପି ସିଂହ କହିଛନ୍ତିି ଯେ ଆତ୍ମରକ୍ଷା ଠାରୁ ଉପରକୁ ଯାଇ ପ୍ରଶାନ୍ତ କୁମାର ଗୁଳି ଚଳାଇ ଜଣେ ସାଧାରଣ ଲୋକଙ୍କୁ ହତ୍ୟା କରିଥିବାରୁ ତାଙ୍କ ନାମରେ ନରହତ୍ୟା ମାମଲା ରୁଜୁ କରାଯାଇଛି ଓ ଘଟଣାର ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର