ଏବେ ମଲ୍‌ଟିପ୍ଲେକ୍ସକୁ ନେଇ ପାରିବେ ଘର ତିଆରି ଖାଦ୍ୟ, ମହାରାଷ୍ଟ୍ର ପରେ ଆନ୍ଧ୍ର ସରକାର ଦେଲେ ଅନୁମତି

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶରେ ରହୁଥିବା ସିନେମାପ୍ରେମୀଙ୍କ ପାଇଁ ଖୁସି ଖବର । ଆଗରୁ ମଲ୍‌ଟିପ୍ଲେକ୍ସମାନଙ୍କରେ ଲୋକମାନଙ୍କୁ ଘର ତିଆରି ଖାଦ୍ୟ ନେଇ ଭିତରକୁ ଯିବାକୁ ବାରଣ କରାଯାଉଥିବାରୁ ଲୋକମାନେ ଜଙ୍କ ଫୁଡ଼୍‍ ଖାଇବାକୁ ବାଧ୍ୟ ହେଉଥିଲେ । ଏଥି ପାଇଁ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଉଥିଲା । ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ବିଜୟଓ୍ଵାଡ଼ାର ଜିଲ୍ଲା ଉପୋଭକ୍ତା ବିବାଦ ନିବାରଣ ଫୋରମ(District Consumer Disputes Redressal Forum) ଏହି ନିୟମରେ ପରିବର୍ତ୍ତନ ଆଣିଛନ୍ତି ।

PDTV INDIA

ଏବେ ସିନେପ୍ରେମୀମାନେ ମଲ୍‌ଟିପ୍ଲେକ୍ସ ଭିତରକୁ ଘର ତିଆରି ଖାଦ୍ୟ ନେଇ ଯାଇ ପାରିବେ । ବିଜୟଓ୍ଵାଡ଼ାର କନ୍‌ଜ୍ୟୁମର ଗାଇଡ଼ାନ୍ସ ସୋସାଇଟି ଏ ନେଇ ଅଭିଯୋଗ ଆଣିବା ପରେ ଏହି ନିୟମରେ ପରିବର୍ତ୍ତନ ଅଣା ଯାଇଥିବା ଜଣା ପଡ଼ିଛି । ମଲ୍‌ଟିପ୍ଲେକ୍ସମାନଙ୍କରେ ମିଳୁଥିବା ଖାଦ୍ୟ ଏବଂ ପାନୀୟ ବଜାର ଦରଠାରୁ ଦୁଇ ଗୁଣ ଅଧିକ ବୋଲି ଅଭିଯୋଗ ହେବା ପରେ ଏବେ ଏହାର ଦାମ୍‌ କମାଇବା ସହ ପାଣି ବୋତଲ ମାଗଣାରେ ଦିଆଯିବ ବୋଲି ଜଣା ପଡ଼ିଛି। ଆନ୍ଧ୍ରପ୍ରଦେଶ ପୂର୍ବରୁ ମହାରାଷ୍ଟ୍ର ସରକାର ଏହି ନିୟମରେ ପରିବର୍ତ୍ତନ ଆଣି ମଲ୍‌ଟିପ୍ଲେକ୍ସରେ ଲୋକମାନେ ବାହାର ଖାଦ୍ୟ ଭିତରକୁ ନେବା ପାଇଁ ଅନୁମତି ଦେଇଥିଲେ ।

ସମ୍ବନ୍ଧିତ ଖବର