କରୋନା ଲକଡାଉନ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ୟୁରୋପବାସୀ

ଆମଷ୍ଟରଡାମ : ୟୁରୋପ ମହାଦେଶ ପୁଣି ଥରେ କରୋନା ମହାମାରୀ କବଳକୁ ଚାଲିଯାଇଛି । ଏହାକୁ ଦୃଷ୍ଟିରେ ରଖି ସେଠାକାର ସରକାରମାନେ ପୁଣି ଥରେ ଲକଡାଉନ ଓ ଅନ୍ୟାନ୍ୟ କଟକଣାମାନ ଲାଗୁ କରିବା ଆରମ୍ଭ କରିଦେଇଛନ୍ତି । କିନ୍ତୁ ପୁଣି ଲକଡାଉନକୁ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି ସ୍ଥାନୀୟ ଲୋକେ ।

ନେଦରଲାଣ୍ଡ, ଫ୍ରାନ୍ସ, ବେଲଜିୟମ ଆଦି ଦେଶରେ ଲୋକମାନେ ଲକଡାଉନ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି । ଶହ ଶହ ଲୋକ ରାସ୍ତାକୁ ଆସି ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

image credit : Reuters

ଗତ କିଛି ସପ୍ତାହ ହେଲା ୟୁରୋପରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି । ଜର୍ମାନି, ଋଷିଆ, ବେଲଜିୟମ,ଅଷ୍ଟ୍ରିଆ, ନେଦରଲାଣ୍ଡ, ଫ୍ରାନ୍ସ ଆଦି ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ବଢିଯାଇଛି । ଆଗକୁ ଖ୍ରୀଷ୍ଟମାସ ଋତୁ ଥିବାରୁ ସଂକ୍ରମଣ ବଢିବାର ଆଶଙ୍କା ଦେଖାଦେଇଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇଦେଇଛି । ଏହାକୁ ଦୃଷ୍ଟିରେ ରଖି ସେଠାକାର ସରକାରମାନେ ପୁଣି ଥରେ ଲକଡାଉନ ଓ ଅନ୍ୟାନ୍ୟ କଟକଣାମାନ ଲାଗୁ କରିବା ଆରମ୍ଭ କରିଦେଇଛନ୍ତି ।

ଗତକାଲି ଜର୍ମାନୀର ସ୍ବାସ୍ଥ୍ୟମନ୍ତ୍ରୀ ଟିକା ନେବାକୁ ଲୋକମାନଙ୍କୁ ସତର୍କ କରାଇଦେଇଥିଲେ । ‘ଟିକା ନିଅ, ନୋଚେତ ମର’ ବୋଲି ସେ  କଠୋର ଚେତାବନୀ ଶୁଣାଇଥିଲେ ।

ସମ୍ବନ୍ଧିତ ଖବର