ବ୍ୟାଟେରିଚାଳିତ ଅଟୋ ଉପରେ ବସିଥିଲେ ଯାତ୍ରୀ, ପୁଲିସକୁ ଦେଖି ଡିଆଁ ମାରିଲେ; ଭିଡିଓ ସେୟାର କଲେ ଆଇପିଏସ୍ ଅଧିକାରୀ

ନୂଆଦିଲ୍ଲୀ: ଭାରତରେ ଲୋକସଂଖ୍ୟା ଯେ ଆବଶ୍ୟକତାଠାରୁ ଅଧିକ ତାହା ରାସ୍ତା ଉପରକୁ ଆସିଗଲେ ଜଣାପଡ଼େ। ଆପଣ ଦେଖିଥିବେ ସେ ବସ୍ ହେଉ କି ଟ୍ରେନ୍, ଲୋକ‌େ ତା’ ଉପରେ ବସି ଯାତ୍ରା କରନ୍ତି। କେବଳ ସେତିକି ନୁହେଁ, ଛୋଟ ସହରରେ ଅଟୋରିକ୍ସା ଉପରେ ମଧ୍ୟ ଲୋକ ବସିବାକୁ ହେଳା କରନ୍ତି ନାହିଁ।

ଆମ ଦେଶର ଅନେକ ସ୍ଥାନରେ ବିପଜ୍ଜନକ ଭାବେ ଲୋକେ ଗାଡିର ଛାତ ଉପରେ ବସି ଯାଉଥିବାର ଦେଖିବାକୁ ମିଳେ। ବେଳେ ବେଳେ ଏହି କାରଣରୁ ସେମାନେ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ଉପରେ ଥରେ ନଜର ପକାନ୍ତୁ। ଏଥିରେ ଗୋଟିଏ ଟୋଟୋ ଗାଡି (ବ୍ୟାଟେରିଚାଳିତ ଅଟୋରିକ୍ସା)ର ଛାତ ଉପରେ କିଛି ଯାତ୍ରୀ  ବସିପଡ଼ି ଯାତ୍ରା କରୁଛନ୍ତି। ଟୋଟୋ ଭଳି ହାଲୁକା ଗାଡି କେଉଁ ପରିସ୍ଥିତିରେ ବି ଓଲଟିଯାଇ ପାରେ। ତଥାପି ଲୋକେ ତାହାକୁ ଧ୍ୟାନ ନ ଦେଇ ଛାତ ଉପରେ ବସି ଯାଉଛନ୍ତି।

ମଝି ରାସ୍ତାରେ ଯାଉ ଯାଉ ହଠାତ୍ ପୁଲିସର  ନଜର ସୋମନଙ୍କ ଉପରେ ପଡ଼ିଛି । ପୁଲିସ୍ ଯେମିତି ଠେଙ୍ଗା ଧରି ‌ଅଟୋ ଆଡ଼କୁ ଆସିଛି ଛାତରେ ବସିଥିବା ଯାତ୍ରୀ ଛତ୍ରଭଙ୍ଗ ଦେଇ ଡେଇଁ ପଳାଇବାକୁ ଉଦ୍ୟମ କରୁଛନ୍ତି। ପୁଲିସ ମଧ୍ୟ ବାଡି ଧରି ସେମାନଙ୍କୁ ଘଉଡ଼ାଇବା ଦୃଶ୍ୟ ଦେଖିବାକୁ ମିଳୁଛି । ତେବେ ଏହି ମଜାଦାର ଭିଡିଓକୁ ଆଇପିଏସ୍ ଅଫିସର ଦିପାନ୍ସୁ କାବ୍ରା ତାଙ୍କ ଟୁଇଟରରେ ପୋଷ୍ଟ କରିଛନ୍ତି, ଯାହାକୁ ଏବେ ପର୍ଯ୍ୟନ୍ତ ବାର ହଜାରରୁ ଅଧିକ ଲୋକ ଦେଖିସାରିଲେଣି । ଲୋକେ ବହୁସଂଖ୍ୟାରେ ଏହାକୁ ସେୟାର ମଧ୍ୟ କରୁଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର