ବ୍ରିଟେନ୍‌ରେ ଘର ବାହାରୁ ଉଭାନ ହେଉଥିଲା ଅଳିଆ ଡ଼ବା, ପୁଲିସ ତଦନ୍ତ କରିବା ପରେ ସାମ୍ନାକୁ ଆସିଲା ଅଜବ କାରଣ

ନୂଆଦିଲ୍ଲୀ : ବ୍ରିଟେନରେ କିଛି ଦିନ ତଳେ ଘର ବାହାରୁ ଅଳିଆ ଡ଼ବା ଉଭାନ ହୋଇଯିବାର ଖବର ମିଳିଥିଲା । ଅଳିଆ ଡ଼ବାକୁ କିଏ କାହିଁକି ନେବ ବୋଲି ଭାବି ଲୋକେ ପ୍ରଥମେ ସେତେଟା ଧ୍ୟାନ ଦେଇ ନଥିବା ବେଳେ ବାରମ୍ବାର ଏପରି ହେବାରୁ ଲୋକମାନେ ପୁଲିସକୁ ସୂଚନା ଦେଇଥିଲେ । ତଦନ୍ତ ପରେ ଯେଉଁ କଥା ସାମ୍ନାକୁ ଆସିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ବ୍ରିଟେନରେ ନିଶାଗ୍ରସ୍ତ ଯୁବକମାନେ ଅଳିଆ ଡ଼ବାକୁ ନେଇ ଜାଳିବା ସହ ସେଥିରୁ ବାହାରୁ ଥିବା ଧୂଆଁକୁ ଆଘ୍ରାଣ କରୁଥିବା କଥା ପୁଲିସ ଜାଣିବାକୁ ପାଇଥିଲା ।

କିଛି ଲୋକଙ୍କର ଅଳିଆ ଡ଼ବା ଜାଳିବା ପରେ ସେଥିରୁ ବାହାରୁଥିବା ଧୂଆଁ ଆଘ୍ରାଣ କରିବାକୁ ପସନ୍ଦ ଥିବାରୁ ସେମାନେ ସହରର ଯେ କୌଣସି ସ୍ଥାନରେ ଅଳିଆ ଡ଼ବା ଦେଖିଲେ, ସେଥିରେ ନିଆଁ ଲଗାଇ ଦେଉଥିବା ପୁଲିସ ଜାଣିବାକୁ ପାଇଥିଲା । ଏହା ନିଶା କରୁଥିବା ଯୁବକଙ୍କ ପାଇଁ କ୍ଷତିକାରକ ହେବା ସହ ଆଖପାଖରେ ଥିବା ଲୋକମାନଙ୍କ ପାଇଁ ମଧ୍ୟ କ୍ଷତିକାରକ ବୋଲି ପୁଲିସ ଜଣାଇଛି । କାରଣ ପ୍ଲାଷ୍ଟିକରୁ ବାହାରୁଥିବା ଧୂଆଁ ଅଧିକ ବିଷାକ୍ତ ହୋଇଥାଏ । ଯାହା ଖୁବ୍‌ କମ ସମୟ ମଧ୍ୟରେ ମଣିଷ ଶରୀରରେ ରୋଗ ସୃଷ୍ଟି କରି ଦେଇଥାଏ। ପ୍ରକୃତ କାରଣ ସାମ୍ନାକୁ ଆସିବା ପରେ ଏବେ ପୁଲିସ ଲୋକମାନଙ୍କୁ ବିନା କାରଣରେ ଅଳିଆ ଡ଼ବାକୁ ବାହାରେ ଛାଡ଼ିବା ପାଇଁ ମନା କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର