ନୂ୍ଆଦିଲ୍ଲୀ: ପୂର୍ବରୁ ଦୁର୍ଘଟଣାର ଅନେକ ଭିଡିଓ ସାମ୍ନାକୁ ଆସିଛି। କିନ୍ତୁ ନିକଟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ଯାହାକୁ ଦେଖି ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ। ଭିଡିଓରେ ଆପଣ ମୃତ୍ୟୁର ସିଧାସଳଖ ଦୃଶ୍ୟ ଦେଖିପାରିବେ। ଏହି ଭାଇରାଲ ଭିଡିଓ ବ୍ରାଜିଲର ବୋଲି କୁହାଯାଉଛି। ଲୋକେ ଏହି ଭିଡିଓ ଦେଖି କହୁଛନ୍ତି, ଏମିତି ବି ଆସେ ମୃତ୍ୟୁ।
ଘଟଣା ଘଟିବା ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜରେ ଭିଡିଓଟି କଏଦ ହୋଇଥିଲା। ଭିଡିଓରେ ଆପଣ ଏକ ପୋଲ ଦେଖିବା୍କୁ ପାଇବେ। ଏହି ପୋଲ ଏକ ନଦୀ ଉପରେ ତିଆରି ହୋଇଥିଲା। ଭିଡିଓ ଦେଖି ଲାଗୁଛି କି ଉକ୍ତ ସ୍ଥାନରେ ପ୍ରବଳ ବର୍ଷା ହେଉଛି।
View this post on Instagram
ଏହି ସମୟରେ ପୋଲ ଉପର ଦେଇ କିଛିଲୋକ ପାଦରେ ଚାଲିଚାଲି ଯାଉଛନ୍ତି। ଏଥିସହିତ ପ୍ରବଳ ସ୍ରୋତରେ ପୋଲ ତଳେ ପାଣି ଯାଉଥିବା ଦେଖିବାକୁ ମିଳୁଛି। ଏହି ସମୟରେ ପୋଲ ଉପରେ ଦେଇ ଆସୁଥିବା ଲୋକେ କେବେ ଭାବି ନଥିବେ ଯେ କିଛି ସକେଣ୍ଡ ମଧ୍ୟରେ ସବୁକିଛି ଓଲଟପାଲଟ ହୋଇଯିବ। ଦେଖୁଦେଖୁ ପୋଲକୁ ଭାଙ୍ଗି ଯାଇଥିଲା। ଆଉ ଏହି ପୋଲ ଉପର ଦେଇ ଆସୁଥିବା କିଛି ଛୋଟ ପିଲାଙ୍କ ସମେତ କେତେକ ଲୋକ ପାଣି ସ୍ରୋତରେ ଭାସିଯାଇ ଆଖି ପିଛୁଳାକେ ନିଖୋଜ ହୋଇଯାଇଥିଲେ।
ଏହି ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ କହିଛନ୍ତି, ମୃତ୍ୟୁ କେତେବେଳେ କେମିତି ଆସିବ, ତାହା କେହି କହି ପାରିବେ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/4f6d7a4b-263b-4ea0-bf43-3dc39ab7012d.jpg)