କୋହଳ ହେଲା ନିୟମ: ଏବେ ୨ମାସ ନୁହେଁ ୩ସପ୍ତାହ ମଧ୍ୟରେ ଆପଣ କରୋନା ଆକ୍ରାନ୍ତ ନ ହୋଇଥିଲେ ବିମାନରେ ଯାତ୍ରା କରିପାରିବେ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏବେ ବିମାନ ଯାତ୍ରାକୁ ନେଇ ନିୟମ କୋହଳ କରିଛି | ପୂର୍ବରୁ ୨ମାସ ମଧ୍ୟରେ କରୋନା ଆକ୍ରାନ୍ତ ହୋଇନଥିବା ନେଇ ପ୍ରମାଣ ଦେଖାଇବା ପରେ ବିମାନ ଯାତ୍ରା ପାଇଁ ସରକାର ଅନୁମତି ଦେଉଥିବା ବେଳେ ଏବେ ଏହାକୁ ୩ସପ୍ତାହ କରାଯାଇଛି | ବର୍ତ୍ତମାନ ଯାତ୍ରୀମାନେ ୩ସପ୍ତାହ ମଧ୍ୟରେ କରୋନା ଆକ୍ରାନ୍ତ ହୋଇନଥିବା ନେଇ ପ୍ରମାଣ ଦେଖାଇ ବିମାନରେ ଯାତ୍ରା କରି ପାରିବେ | ଏ ନେଇ ସେମାନଙ୍କୁ ଆତ୍ମ-ଘୋଷଣା ଫର୍ମ ଦାଖଲ କରିବାକୁ ପଡ଼ିବ |

ମେ ୨୧ରେ ସରକାର ସମସ୍ତ ଯାତ୍ରୀଙ୍କ ପାଇଁ ବିମାନ ଉଡ଼ାଣ ପୂର୍ବରୁ ଆତ୍ମ-ଘୋଷଣା ଫର୍ମ ଦାଖଲ କରିବା ବାଧ୍ୟତାମୂଳକ କରିଥିଲେ | ବିମାନ ଉଡ଼ାଣ ତାରିଖର ଦୁଇମାସ ପୂର୍ବରୁ ସେମାନେ କୋଭିଡ-୧୯ ପାଇଁ ପଜିଟିଭ୍ ପରୀକ୍ଷା କରିନାହାଁନ୍ତି ବୋଲି ପ୍ରମାଣ ଦେଖାଇ ଯାତ୍ରା କରି ପାରିବେ ବୋଲି କହିଥିଲେ ସରକାର। ଏବେ ଏହାର ସମୟସୀମାକୁ କମ କରାଯାଇ ୩ସପ୍ତାହ କରିଛନ୍ତି ସରକାର |

Submit self-declaration form 3 weeks prior to departure date: Govt to passengers
oneindia

ଅଧିକାରୀମାନେ କହିଛନ୍ତି ଯେ, ବର୍ତ୍ତମାନ ଭାରତରେ ବହୁ ସଂଖ୍ୟକ ଲୋକ ଅଛନ୍ତି, ଯେଉଁମାନେ ମାରାତ୍ମକ ଭାଇରସରୁ ମୁକ୍ତି ପାଇଛନ୍ତି | ସେମାନଙ୍କ ପାଇଁ କୌଣସି ଅସୁବିଧାକୁ ଏଡ଼ାଇବା ପାଇଁ ଆତ୍ମ-ଘୋଷଣା ଫର୍ମକୁ ଅପଡେଟ୍ କରିବାର ଆବଶ୍ୟକତା ରହିଥିବା ନେଇ ଆମେ ଅନୁଭବ କରିଥିଲୁ | ଏହା ପରେ ଆମେ ବିଭିନ୍ନ ଏୟାରଲାଇନ୍ସକୁ କହିଛୁ ଯେ, ବିମାନ ଉଡ଼ାଣ ପୂର୍ବରୁ ଯାତ୍ରୀମାନେ ଏକ ଆତ୍ମ-ଘୋଷଣା ଫର୍ମ ଦେବା ଆବଶ୍ୟକ, ଯେଉଁଥିରେ ସେମାନେ ଗତ ତିନି ସପ୍ତାହ ମଧ୍ୟରେ କୋଭିଡ-୧୯ ପାଇଁ ପଜିଟିଭ୍ ପରୀକ୍ଷା କରିନାହାଁନ୍ତି ବୋଲି ସ୍ପଷ୍ଟ ଲେଖଥିବ। ଏହା ସହ ଯେଉଁମାନେ କୋଭିଡ-୧୯ ଦ୍ୱାରା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି, ସେମାନେ ତିନି ସପ୍ତାହର ମାନଦଣ୍ଡ ପୂରଣ କରି ବିମାନରେ ଯାତ୍ରା କରି ପାରିବେ | ଏ ନେଇ ସେମାନଙ୍କୁ ଡାକ୍ତରଖାନାରୁ କୋଭିଡ ପୁନରୁଦ୍ଧାର କିମ୍ବା କୋଭିଡ ଡିସଚାର୍ଜ ପ୍ରମାଣପତ୍ର ଦେଖାଇବାକୁ ହେବ |

ସମ୍ବନ୍ଧିତ ଖବର