‘ଓ’ ରକ୍ତ ଗ୍ରୁପ୍‌ ବ୍ୟକ୍ତିଙ୍କୁ କୋଭିଡ୍‌ ସଂକ୍ରମଣ ଆଶଙ୍କା କମ୍‌

ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌-୧୯ର ସଂକ୍ରମଣ ପାଇଁ ସମ୍ଭାବ୍ୟ ହାନିକାରକ ଉପାଦାନ ଖୋଜି ବାହାର କରିବା ଲାଗି ବିଶ୍ବବ୍ୟାପୀ ଗବେଷକମାନେ ପରୀକ୍ଷାନିରୀକ୍ଷା ଚାଲୁ ରଖିଛନ୍ତି। ତେବେ ଭିନ୍ନ ଭିନ୍ନ ରକ୍ତ ଗ୍ରୁପ୍‌ ଦ୍ବାରା କିପରି ଏହି ଘାତକ କରୋନାଭୂତାଣୁର ସଂକ୍ରମଣ ପ୍ରଭାବିତ ସେ ସଂକ୍ରାନ୍ତ ଦୁଇଟି ଅନୁଧ୍ୟାନ ଗବେଷକମାନଙ୍କୁ ସଂକ୍ରମଣର ବ୍ୟାପକତା ଅନୁମାନ କରିବାରେ ନୂତନ ଦିଗଦର୍ଶନ ଦେଇଛି। ବିଶେଷ କରି ‘ଓ’ ରକ୍ତଗ୍ରୁପ୍‌ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଅପେକ୍ଷା ଅନ୍ୟ ରକ୍ତଗ୍ରୁପ୍‌ ଲୋକଙ୍କ କ୍ଷେତ୍ରରେ କରୋନାଭୂତାଣୁ ସଂକ୍ରମଣ ଅଧିକ ବୋଲି ଏକ ଗବେଷଣାରୁ ଜଣାଯାଇଛି।

Bend Bulletin

ସ୍ବାସ୍ଥ୍ୟଭିତ୍ତିକ ପତ୍ରିକା ‘ବ୍ଲଡ୍‌ ଆଡ୍‌ଭାନ୍ସେସ’ରେ ପ୍ରକାଶିତ ତଥ୍ୟାନୁଯାୟୀ, ‘ଓ’ ରକ୍ତ ଗ୍ରୁପ୍‌ ବ୍ୟକ୍ତିମାନେ କମ୍‌ କୋଭିଡ୍‌ ସଂକ୍ରମଣଶୀଳ। ଅର୍ଥାତ୍‌ ଜଣେ କୋଭିଡ୍‌ ପୀଡ଼ିତଙ୍କ ସଂସ୍ପର୍ଶରେ ଯଦି ଅଣାଯାଏ, ତେବେ ‘ଓ’ ରକ୍ତଗ୍ରୁପ୍‌ ବ୍ୟକ୍ତିଙ୍କର ଅନ୍ୟମାନଙ୍କ ଅପେକ୍ଷା ସଂକ୍ରମଣ ଆଶଙ୍କା କମ୍‌ ଥାଏ। ଅପରପକ୍ଷେ, ‘ଏ’, ‘ବି’ ଏବଂ ‘ଏବି’ ଗ୍ରୁପ୍‌ ରକ୍ତ ଥିବା ଲୋକମାନେ ଅଧିକ ସଂକ୍ରମଣପ୍ରବଣ ହେବା ସହ ସେମାନଙ୍କ ଠାରେ ୪ ପ୍ରକାର ଔଷଧ କ୍ବଚିତ୍‌ କାମ କରିଥାଏ ବୋଲି ଅନ୍ୟ ଏକ ଅନୁଧ୍ୟାନରୁ ଜଣାଯାଇଛି। ତେବେ ଏହା କାହିଁକି ଏପରି ଘଟୁଛି, ସେ ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ସ୍ପଷ୍ଟୀକରଣ ନାହିଁ ଏବଂ ଗବେଷଣା ଜାରି ରହିଛି।

ସମ୍ବନ୍ଧିତ ଖବର