ନୂଆଦିଲ୍ଲୀ: ନିଜ ନିଜ ରାଜ୍ୟମାନଙ୍କରେ କୋଭିଡ୍-୧୯ ଆକ୍ରାନ୍ତ ବ୍ୟକ୍ତି ଯେମିତି ସାମାଜିକ ଅପବାଦ ସରବ୍ୟ ନ ହୁଅନ୍ତି, ମୁଖ୍ୟମନ୍ତ୍ରୀମାନେ ସେ ବାବଦରେ ନିଶ୍ଚିତ ହୁଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଭିଡିଓ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ କହିଲେ ଯେ ନିଜ ଭୁଲ୍ ଯୋଗୁଁ ରୋଗ ସଂକ୍ରମଣ ହେଲା ବୋଲି ସଂକ୍ରମିତ ବ୍ୟକ୍ତିମାନେ ଭାବିବା ଅନୁଚିତ। ସେମାନଙ୍କୁ ଅପରାଧୀ ଦୃଷ୍ଟିରେ ଦେଖାଯିବା ଅନୁଚିତ। ଯଦି କୌଣସି ଅଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଏ ସେଥିପାଇଁ ରାଜ୍ୟମାନଙ୍କୁ ଦୋଷୀ କରିବା ଅନୁଚିତ।
ବାସ୍ତବ କ୍ଷେତ୍ର ସହ ସୁପରିଚିତ ଥିବାରୁ ମୁଖ୍ୟମନ୍ତ୍ରୀମାନେ କୋଭିଡ୍-୧୯ ପରିସ୍ଥିତର ସମୀକ୍ଷା କରିବାରେ ଉତ୍ତମ ସ୍ଥିତିରେ ଅଛନ୍ତି। ସେ ଆହୁରି ମଧ୍ୟ କହିଲେ ଯେ ନୂଆ ନୂଆ ଅଞ୍ଚଳକୁ ରୋଗ କିପରି ବ୍ୟାପୁଛି, ଏହାର କାରଣ ଏବଂ ଲୋକେ ସମ୍ମୁଖୀନ ହେଉଥିବା ଚାପ ଏବଂ ବୈଠକରେ କ’ଣ ଆଲୋଚନା ହେଲା ତାହା ଜନସାଧାରଣଙ୍କୁ ଅବଗତ କରାଇବାରେ ରାଜ୍ୟ କର୍ତ୍ତୃପକ୍ଷମାନେ ସହାୟତା କରିପାରିବେ।
Image Source: Hindustan Tiemsଏହାଛଡ଼ା ଭାରତର ଅର୍ଥନୀତି ଭଲ ସ୍ଥିତିରେ ଥିବାରୁ ଚିନ୍ତା କରିବା ଅନାବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମେ ୩ ତାରିଖ ପରେ ଲକ୍ଡାଉନ୍ ଉଠିବା ନ ଉଠିବା ନଷ୍ପତ୍ତି ସଂକ୍ରାନ୍ତରେ ଘୋଷଣା କରାଯିବ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ ସରିବା ପରେ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି ଯେ ହଟ୍ସ୍ପଟ୍ ଅଞ୍ଚଳଗୁଡ଼ିକରେ ଲକ୍ଡାଉନ୍ ବଢ଼ାଇ ଦିଆଯାଇ ପାରେ। ଏବଂ ସଂକ୍ରମଣ ଦ୍ବାରା ପ୍ରଭାବିତ ହୋଇ ନ ଥିବା ଜିଲ୍ଲାମାନଙ୍କରୁ କଟକଣା ହଟା ଯିବାର ଯଥେଷ୍ଟ ସମ୍ଭାବନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/pmcm.jpg)