ନୂଆଦିଲ୍ଲୀ: ଆଜି ଗୁରୁବାର... ୧୫ ମେ’ ୨୦୨୫, କିନ୍ତୁ ଆପଣ ଟିକେ ପଛକୁ ଫେରି ଯାଆନ୍ତୁ ମାନେ ଗତ ଗୁରୁବାର କଥା ମନେପକାନ୍ତୁ । ଯେତେବେଳେ ସାରା ଭାରତରେ ଯୁଦ୍ଧକୁ ନେଇ ଗରମ ଥିଲା ମାହୋଲ । ସୀମାରେ ଥିଲା ଭୟ ଓ ଆତଙ୍କର ରାତି । ପହଲଗାମ୍ ବଦଲା ନେବାକୁ ଭାରତ ପକ୍ଷରୁ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଉପରେ ଶକ୍ତ ପ୍ରହାର ହୋଇଥିଲା । ଆକାଶରୁ ଏୟାର ଷ୍ଟ୍ରାଇକ୍ କରି ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇ ଦିଆଯାଇଥିଲା । ଯାହା ପରେ ବିଳିବିଳେଇ ହୋଇ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା । ରାଗରେ ନିରୀହ ଲୋକଙ୍କୁ ଗୁଳିମାଡ କରିଥିଲା ।
#WATCH | Punjab: People continue with their daily chores, children go to schools as usual in Feorzepur, as the situation is normal in the city. No drones, firing, or shelling were reported here last night. pic.twitter.com/S0uCCwDsAI
— ANI (@ANI) May 14, 2025
ସଞ୍ଜ ନଇଁଲେ ସକ୍ରିୟ ହେଉଥିଲା ସୈତାନ ପାକିସ୍ତାନ, ଗତ ଗୁରୁବାର ଦିନରେ ତ ଯୁଦ୍ଧକୁ ନେଇ ଛକାପଞ୍ଝା ଚାଲିଥିଲା ହେଲେ ରାତି ହେଲା ବେଳକୁ ପାକିସ୍ତାନ ପଟୁ ଆସିଥିଲା ଶହ ଶହ ଡ୍ରୋନ, ଫୁଟିଥିଲା ଗୁଳି... ଭୟ ଆତଙ୍କରେ ଥିଲେ ଜାମ୍ମୁକାଶ୍ମୀର, ରାଜସ୍ଥାନ, ପଞ୍ଜାବ ଭଳି ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳ । ଭାରତ ଆତଙ୍କୀଙ୍କୁ ନିପାତ କରିଥିଲା ହେଲେ ପାକିସ୍ତାନ ସାଧାରଣ ନାଗରିକଙ୍କୁ ମାରିଥିଲା । ଯଦିଓ ଭାରତ ପାକିସ୍ତାନର ସବୁ ମିସାଇଲ୍ ଓ ଡ୍ରୋନକୁ ନଷ୍ଟ କରିଥିଲା ହେଲେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ବିଭିନ୍ନ ସ୍ଥାନରେ ବ୍ଲାକ ଆଉଟ୍ କରାଯାଇଥିଲା ଆଉ ସମସ୍ତଙ୍କୁ ଘରେ ରହିବାକୁ କୁହାଗଲା ।
#WATCH | Morning visuals from Jammu and Kashmir's Akhnoor
— ANI (@ANI) May 12, 2025
As per the Indian Army, "The night remained largely peaceful in Jammu and Kashmir and other areas along the international border. No incident has been reported, marking the first calm night in recent days" pic.twitter.com/ZHiEWvqtor
ଲଗାତାର ୩ ଦିନ ଧରି ଯୁଦ୍ଧ ଭଳି ପରିସ୍ଥିତି ଭିତରେ ଲୋକେ ଜୀବନ ବିତାଇବା ସହ ସେମାନଙ୍କ ଜନଜୀବନ ଠପ୍ ହୋଇଯାଇଥିଲା । ହେଲେ ଗତ ୧୦ ତାରିଖରେ ଭାରତ- ପାକିସ୍ତାନ ଅସ୍ତ୍ରବିରତି ଘୋଷଣା ପରେ ସୀମାରେ ଫେରିଛି ଶାନ୍ତି । ଡିଜିଏମଓ ସ୍ତରୀୟ ବୈଠକରେ ଗୋଟେ ବି ଗୁଳି ନଫୁଟିବାକୁ ଯେଉଁ ନିଷ୍ପତ୍ତି ହୋଇଥିଲା ତାହା କାଏମ ରହିଛି । ସୀମାବର୍ତ୍ତୀ ଅଞ୍ଚଳରେ ରାତି ହେଲେ ନା ଗୁଳି ଫୁଟୁଛି ନା ଡ୍ରୋନ୍ ଉଡୁଛି । ଆଜିକୁ ୫ ଦିନ ହେବ ଶାନ୍ତିର ରାତି କଟିଛି । ନା ଭୟ ନା ଆଶଙ୍କା... ସବୁକିଛି ଠିକ୍ ଠାକ୍, ସବୁକିଛି ସ୍ବାଭାବିକ...
ଖୋଲିଛି ଜାମ୍ମୁ, ପଞ୍ଜାବ, ରାଜସ୍ଥାନର ସମସ୍ତ ସ୍କୁଲ, କଲେ, ଶିକ୍ଷାନୁଷ୍ଠାନ । ଦୋକାନ ବଜାର ବି ଖୋଲାଯାଇଛି । ରାସ୍ତାରେ ଗଡିଛି ଗାଡି ମଟର । ଲୋକେ ସକାଳ ବ୍ରମଣ ପାଇଁ ବି ବାହାରିଛନ୍ତି । ପୁଣି ପର୍ଯ୍ୟଟକ ବୁଲାବୁଲି ପାଇଁ ବାହାରିଛନ୍ତି, ଟ୍ରେନ୍, ବିମାନ ଚଳାଚଳ ସବୁ ପୁଣିଥରେ ପୂର୍ବ ସ୍ଥିତିକୁ ଫେରିଛି ।