ଲୋକଙ୍କ ନିଷ୍ପତ୍ତି ସବୁଠୁ ଉପରେ: ଟିକାୟତ

ନୂଆଦିଲ୍ଲୀ : ଚାଷୀ ସଂଗଠନ ନେତା ରାକେଶ ଟିକା‌ୟତ ୫ ରାଜ୍ୟରେ ୨୦୨୨ ବିଧାନସଭା ନିର୍ବାଚନକୁ ସ୍ବାଗତ କରିଛନ୍ତି। ଟିକାୟତ କହିଛନ୍ତି, ଗଣତନ୍ତ୍ରର ମହାପର୍ବରେ ଲୋକଙ୍କ ନିଷ୍ପତ୍ତି ସବୁଠୁ ଉପରେ। ଚାଷୀ ଆନ୍ଦୋଳନ ଏହାର ପ୍ରଭାବ ଦେଖାଇଛି। ମୁଁ ଆଶା କରୁଛି ଯେ ଆଗକୁ ଗଢ଼ିବାକୁ ଯାଉଥିବା ସମସ୍ତ ସରକାର କୃଷକ ଏବଂ ଶ୍ରମିକଙ୍କ ବିକାଶ ପାଇଁ କାମ କରିବ। ବିଜୟ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ବୋଲି ଟିକାୟତ କହିଛନ୍ତି।

ଟିକାୟତଙ୍କ ଭାରତୀୟ କିଷାନ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏକ ଅଂଶ। ଦିଲ୍ଲୀ ଏବଂ ପଶ୍ଚିମ ଉତ୍ତରପ୍ରଦେଶ ସୀମାରେ ଚାଲିଥିବା ବର୍ଷ ବ୍ୟାପୀ ଚାଷୀ ଆନ୍ଦୋଳନରେ ଏହାର ପ୍ରମୁଖ ଭୂମିକା ଥିଲା। ଟିକାୟତ ବିଜେପିର ଘୋର ବିରୋଧୀ । କିନ୍ତୁ ୨୦୧୭ ବିଧାନସଭା ନିର୍ବାଚନ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ଟିକାୟତ ବିଜେପିକୁ ସମର୍ଥନ କରୁଥିଲେ।

ସମ୍ବନ୍ଧିତ ଖବର