ନୂଆଦିଲ୍ଲୀ: ଭାରତରେ ବାୟୁ ପ୍ରଦୂଷଣ ଏବେ ଅତି ଉଦ୍ବେଗଜନକ ସ୍ତରରେ ପହଞ୍ଚିଛି। ପ୍ରଦୂଷଣ ରୋକିବାପାଇଁ ବିଭିନ୍ନ ଯୋଜନା ଏବଂ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ବେ ଏଥିରେ ବିଶେଷ ସଫଳତା ମିଳୁନାହିଁ ଏବଂ ପ୍ରତି ବର୍ଷ ପ୍ରଦୂଷଣ ବଢ଼ି ଚାଲିଛି। ପରିବର୍ତ୍ତିତ ଜୀବନଶୈଳୀ ପରିବେଶକୁ ବିପର୍ଯ୍ୟୟ ଆଡ଼କୁ ଠେଲି ଦେଉଛି। ପ୍ରଦୂଷଣରେ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି ଶିଶୁ । ପ୍ରତିବର୍ଷ ଭାରତରେ ପ୍ରଦୂଷଣ ହେତୁ ୧ ଲକ୍ଷ ଶିଶୁ ପ୍ରାଣ ହରାଉଛନ୍ତି। ସମସ୍ତଙ୍କ ବୟସ ୫ ବର୍ଷରୁ କମ୍। ଦେଶରେ ଘଟୁଥିବା ମୋଟ ମୃତ୍ୟୁର ୧୨.୫ ପ୍ରତିଶତ ହେଉଛି ପ୍ରଦୂଷଣଜନିତ। ବିଶ୍ବ ପରିବେଶ ଦିବସ ଅବସରରେ ଗତକାଲି ସିଏସଇ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି।/sambad/media/post_attachments/wp-content/uploads/2019/06/air-pollution-300x169.jpeg)
ସିଏସ୍ଇ ରିପୋର୍ଟରୁ ଜଣାପଡ଼ିଛି ଯେ ଭାରତରେ ପ୍ରତି ୧୦,୦୦୦ ଶିଶୁଙ୍କ ମଧ୍ୟରୁ ୮.୫ ପ୍ରତିଶତ ୫ ବର୍ଷରେ ପଦାର୍ପଣ ନ କରିବା ପୂର୍ବରୁ ପ୍ରାଣ ହରାଉଛନ୍ତି। ଅନ୍ୟପକ୍ଷେ ଝିଅମାନଙ୍କ କ୍ଷେତ୍ରରେ ଅଧିକ ବିପଦ ରହୁଛି। ପ୍ରତି ୧୦,୦୦୦ ଶିଶୁ କନ୍ୟାଙ୍କ ମଧ୍ୟରେ ୯.୬ ପ୍ରତିଶତ ସେମାନଙ୍କୁ ୫ ବର୍ଷ ହେବା ପୂର୍ବରୁ ଖରାପ୍ ବାୟୁ ହେତୁ ପ୍ରାଣ ହରାଉଛନ୍ତି। ବାୟୁ ପ୍ରଦୂଷଣ ରୋକିବାପାଇଁ ସରକାର ବିଭିନ୍ନ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ଏହା ସଫଳ ହୋଇପାରୁ ନୁାହିଁ। ପରିବେଶ ମନ୍ତ୍ରାଳୟ ଦ୍ବାରା ମଧ୍ୟ ଏହି ବିଫଳତାକୁ ସ୍ବୀକାର କରାଯାଇଛି ବୋଲି ରିପୋର୍ଟରୁ ଜଣାପଡ଼ିଛି। ଚଳିତ ବର୍ଷ ପ୍ରାରମ୍ଭରେ ବାୟୁ ପ୍ରଦୂଷଣ ସଂକ୍ରାନ୍ତ ଏକ ବୈଶ୍ବିକ ରିପୋର୍ଟରୁ ଜଣା ପଡ଼ିଥିଲା ଯେ ୨୦୧୭ରେ ବାୟୁ ପ୍ରଦୂଷଣ ହେତୁ ୧୨ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।
୮ ଲକ୍ଷ ଲୋକ ଘରୋଇ ବାୟୁ ପ୍ରଦୂଷଣରେ ଜୀବନ ହାରୁଛନ୍ତି
ନୂଆଦିଲ୍ଲୀ: ବିଶ୍ବ ପରିବେଶ ଦିବସ ଅବସରରେ ନିକଟରେ ହୋଇଥିବା ଏକ ଆକଳନରୁ ଜଣାପଡ଼ିଛି ଯେ ଭାରତରେ ପ୍ରଦୂଷଣଜନିତ ମୃତ୍ୟୁର ସବୁଠୁ ବଡ଼ କାରଣ ହେଉଛି ଘରୋଇ ବାୟୁ ପ୍ରଦୂଷଣ। ରୋଷେଇ ପାଇଁ ବ୍ୟବହାର ହେଉଥିବା କାଠ, ପତ୍ର, ଗୋବର ଏବଂ କୃଷିଜାତ ଆବର୍ଜନା ବ୍ୟାପକ ପ୍ରଦୂଷଣ ସୃଷ୍ଟି କରୁଛି। ଭାରତରେ ପ୍ରାୟ ୧୬ କୋଟି ଘରେ ଏବେ ବି କାଠ ଏବଂ ଗୋବର ଆଦିକୁ ଜାଳେଣି ପାଇଁ ବ୍ୟବହାର କରାଯାଉଛି। ପ୍ରତିବର୍ଷ ବାୟୁ ପ୍ରଦୂଷଣ ହେତୁ ୧୧ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ସେମାନଙ୍କ ମଧ୍ୟରୁ ୮ ଲକ୍ଷ କେବଳ ଘରୋଇ ବାୟୁ ପ୍ରଦୂଷଣ ହେତୁ ପ୍ରାଣ ହରାଉଛନ୍ତି। ଅନ୍ୟପକ୍ଷେ ବଡ଼ ସହରଗୁଡ଼ିକରେ ନିର୍ମାଣ କାର୍ଯ୍ୟରୁ ବାହାରୁଥିବା ଧୂଳି ଏବଂ ଯାନବାହନର ଧୂଆଁ ମଧ୍ୟ ପ୍ରଦୂଷଣର ପ୍ରମୁଖ କାରଣ ପାଲଟିଛି। ଘରୋଇ ପ୍ରଦୂଷଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଏବେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଦେଶରେ ଗରିବମାନଙ୍କୁ ୮ କୋଟିରୁ ଅଧିକ ଏଲ୍ପିଜି ସଂଯୋଗ ଦିଆଯାଇଥିବା କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି। ତେଣୁ ଆଗାମୀ ଦିନରେ ଭାରତରେ ଘରୋଇ ବାୟୁ ପ୍ରଦୂଷଣ ସ୍ଥିତିରେ ବଡ଼ ଧରଣର ସୁଧାର ହେବ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/29delhi-air-pollution.jpg)