ମଧ୍ୟପ୍ରଦେଶରେ ଶିଶୁ ମଡ଼କ

ଦିନକୁ ଯାଉଛି ୬୧ ଶିଶୁଙ୍କ ଜୀବନ

ଭୋପାଳ: ମଧ୍ୟପ୍ରଦେଶରେ ଶିଶୁ ମଡ଼କ ଚାଲିଛି। ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଅଧିକରୁ ଅଧିକ ଉନ୍ନତ କରୁଥିବା ନେଇ ଦାବି କରୁଥିବା ବେଳେ ପ୍ରକୃତ ଚିତ୍ର ଭିନ୍ନ ରହିଛି। ରାଜ୍ୟରେ ଦୈନିକ ହାରାହାରି ୬୧ ଜଣ ଶିଶୁଙ୍କର ମୃତ୍ୟୁ ହେଉଛି। ତେବେ ଏହି ଶିଶୁମୃତ୍ୟୁର କାରଣ ହେଉଛି କୁପୋଷଣ ଓ ବିଭିନ୍ନ ସଂକ୍ରାମକ ରୋଗ। ଗତକାଲି ରାଜ୍ୟ ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅର୍ଚ୍ଚନା ଚିତ୍‌ନିସ୍‌ ଏହି ତଥ୍ୟ ପ୍ରଦାନ କରିଛନ୍ତି। ଦୀର୍ଘଦିନ ହେବ ରାଜ୍ୟରେ ଶିଶୁମୃତ୍ୟୁ ଉଦ୍‌ବେଗଜନକ ଭାବେ ବଢି ଚାଲିଥିବା ବେଳେ ଗତକାଲି ବିଧାନସଭାରେ କଂଗ୍ରେସ ବିଧାୟକ ରାମନିଓ୍ଵାସ ରାଓ୍ଵତ ଏ ସମ୍ପର୍କିତ ପ୍ରଶ୍ନ ପଚାରିଥିଲେ। ତେବେ ରାଜ୍ୟ ସରକାରଙ୍କ ତଥ୍ୟ ମୁତାବକ, ଚଳିତବର୍ଷ ଫ୍ରେବୃଆରିରୁ ମେ’ ମାସ ଭିତରେ ୦-୧ ବର୍ଷର ୬,୦୨୪ ଶିଶୁ ଓ ୧-୫ ବର୍ଷ ମଧ୍ୟରେ ୧୩୦୮ ଜଣ ଶିଶୁଙ୍କ ଜୀବନ ଯାଇଛି। ତେବେ ଏହି ୧୨୦ ଦିନର ଅବଧି ମଧ୍ୟରେ ମୋଟ ୭୩୩୨ ଜଣ ଶିଶୁ ଆଖି ବୁଜିଥିବା ବେଳେ ଦିନକୁ ହାରାହାରି ୬୧ ଜଣ ଶିଶୁଙ୍କ ମୃତ୍ୟୁ ହେଉଥିବା ଜଣାପଡ଼ିଛି। ରାଜ୍ୟର ୧୮ ଲକ୍ଷ ୮୩ ହଜାର ୯୮୫ ଜଣ ଶିଶୁଙ୍କ ଓଜନ ନିର୍ଦ୍ଧାରିତ ଓଜନଠାରୁ କମ୍‌ ରହିଛି।

ସମ୍ବନ୍ଧିତ ଖବର