କୋଲକାତା: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପଶ୍ଚିମବଙ୍ଗର ବାଲୁରଘାଟିରେ ଏକ ସାଧାରଣ ସଭାରେ ଯୋଗ ଦେବା ଲାଗି ସେଠାକୁ ଯିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏବେ ସୂଚନା ମିଳିଛି କି ସେହି ରାଲିପାଇଁ ଅନୁମତି ଦିଆଯାଇ ନାହିଁ।ଯୋଗୀ ଆଦିତ୍ୟନାଥଙ୍କ ହେଲିକେପ୍ଟରକୁ ଲାଣ୍ଡିଂ ପାଇଁ ଅନୁମତି ଦେଲେନି ପଶ୍ଚିମବଙ୍ଗ ସରକାର । ଫଳରେ ରାଲିକୁ ରଦ୍ଦ କରି ଦିଆଯାଇଛି। ଏହାକୁ ନେଇ ସ୍ଥାନୀୟ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀମାନେ ତୃଣମୂଳ କଂଗ୍ରେସଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ମମତା ବାନାର୍ଜୀ ଭାରତୀୟ ଜନତା ପାର୍ଟିକୁ ଭୟଭୀତ ହୋଇ ଏଭଳି ଷଡଯନ୍ତ୍ର ରଚିଥିବାର ଅଭିଯୋଗ ଆସିଛି।

Advertisment

ଏଠାରେ ସୂଚନାଯୋଗ୍ୟ ଯେ, ଭାଜପା ଅଧ୍ୟକ୍ଷ ଅମିତ ଶାହାଙ୍କୁ ମଧ୍ୟ ମାଲଦା ରାଲିକୁ ନେଇ ବିବାଦ ଉପୁଜିଥିଲା। ମୁଖ୍ୟମନ୍ତ୍ରୀଙ୍କ ସୂଚନା ପରାମର୍ଶଦାତା ମୃତ୍ୟୁଂଜୟ କୁମାର କହିଛନ୍ତି ଯେ,ଯୋଗୀଙ୍କ ରାଲିକୁ ଭୟ କରୁଛନ୍ତି ମମତା। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାରେ ଭୟଭୀତ ହୋଇ ମମତା ବାନାର୍ଜୀ ହେଲିକେପ୍ଟର ଲାଣ୍ଡ୍‌ କରିବା ଲାଗି ଅନୁମତି ନେଇନାହାନ୍ତି। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ପଶ୍ଚିମବଙ୍ଗ ଭାଜପା ପ୍ରଦେଶ ପ୍ରଭାରୀ କୈଳାଶୀ ବିଜୟବର୍ଗୀୟ ଜିଲ୍ଲା ପ୍ରଶାସନ ଦ୍ୱାରା ହେଲିକେପ୍ଟର ଲାଣ୍ଡିିଂ ପାଇଁ ଅନୁମତି ଦିଆ ନ ଯିବାକୁ ନେଇ ମମତା ବାନାର୍ଜୀଙ୍କର ନିନ୍ଦା କରିଛନ୍ତି।