ନୂ୍ଆଦିଲ୍ଲୀ : ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକମାନଙ୍କୁ ଆସନ୍ତା ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର୍ ପରେଡ୍ କରିବାକୁ ଅନୁମତି ମିଳିଛି। ଦିଲ୍ଲୀ ପୁଲିସ ୧୦୦ କିମି ଟ୍ରାକ୍ଟର୍ ପରେଡ୍ ପାଇଁ ଅନୁମତି ଦେଇଛି ବୋଲି ଚାଷୀ ନେତାମାନେ କହିଛନ୍ତି। ଅନ୍ୟପକ୍ଷରେ ନୂଆ କୃଷି ଆଇନ ନେଇ ଚାଷୀ ନେତାମାନେ ସରକାରଙ୍କ ପ୍ରସ୍ତାବରେ ରାଜି ନାହାନ୍ତି। ସରକାରଙ୍କ ସମସ୍ତ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବାର ଦିନକ ପରେ ଚାଷୀ ସଂଗଠନମାନଙ୍କୁ ଟ୍ରାକ୍ଟର୍ ପରେଡ୍ ପାଇଁ ଅନୁମତି ମିଳିଛି। ଗତକାଲି ଚାଷୀ ନେତା ଏବଂ ସରକାରଙ୍କ ମଧ୍ୟରେ ୧୧ ପର୍ଯ୍ୟାୟ କଥାବାର୍ତ୍ତା ହୋଇଥିଲା। ସରକାର ୧୮ ମାସ ପାଇଁ କୃଷି ଆଇନର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇବାକୁ କହିଥିଲେ ସୁଦ୍ଧା ଚାଷୀ ନେତାମାନେ ଏହାକୁ ଗ୍ରହଣ କରିନାହାନ୍ତି। ଚାଷୀମାନେ ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଜିଦ୍ରେ ଅଟଳ ରହିଛନ୍ତି। ଦାବି ପୂରଣ ନହେବାରୁ କୃଷକମାନେ ଆନ୍ଦୋଳନକୁ ଆହୁରି ତୀବ୍ର କରିବେ ବୋଲି ଧମକ ଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଜାନୁଆରି ୨୬ରେ ଜାତୀୟ ଉତ୍ସବ ସମୟରେ ହିଁ ଚାଷୀମାନେ ଟ୍ରାକ୍ଟର ପରେଡ୍ କରିବେ। ଦିଲ୍ଲୀ ପୁଲିସ ପକ୍ଷରୁ ଏନେଇ ଏକ ରୁଟ୍ ମ୍ୟାପ୍ ପ୍ରସ୍ତାବ ଦିଆଯାଇଛି। ତେବେ ଚାଷୀ ନେତାମାନେ ଏହି ରୁଟ୍ ମ୍ୟାପ୍କୁ ମାନିବେ କି ନାହିଁ ତାହା ସ୍ପଷ୍ଟ କରିନାହାନ୍ତି।
ଟ୍ରାକ୍ଟର ପରେଡ୍ ପାଇଁ ଅନୁମତି ମିଳିଲା
/sambad/media/post_attachments/wp-content/uploads/2021/01/56f46h5fs456h4fs56h4sf564f6h.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)