୯୦ବର୍ଷର ଏହି ପୁରୁଣା ଗଛ କାଟିବା ମହଙ୍ଗା ପଡ଼ିଲା; ୫୫ଲକ୍ଷ ଟଙ୍କା ଜରିମାନା ଲାଗିଲା

ଲଣ୍ଡନ: ଲଣ୍ଡନ ଏସେକ୍ସରେ ବସବାସ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗଛ କାଟିବା ମହଙ୍ଗା ପଡ଼ିଛି। ତାଙ୍କୁ ଏଥିପାଇଁ  ୫୫ଲକ୍ଷ ଟଙ୍କାର ତଣ୍ଡ ଗଣିବାକୁ ପଡ଼ିଛି।

ଘଟଣାଟି ଏପରି।  ଏସେକ୍ସରେ ବାସବାସ କରୁଥିବା ଷ୍ଟିଫେନ୍‌ସ୍‌ ଲରେନ୍‌ସ୍‌ ନାମକ ଏହି ବ୍ୟକ୍ତି ନିଜ ଘର ପାଖରେ ଥିବା ୯୦ବର୍ଷର ଏହି ପୁରୁଣା ଗଛକୁ କାଟିବା ପାଇଁ ସ୍ଥାନୀୟ ପ୍ରଶାସନ ନିକଟରେ ଆବେଦନ କରିିଥିଲେ। କିନ୍ତୁ ଷ୍ଟିଫେନ୍‌ସ୍‌ଙ୍କ ଏହି ଆବେଦନ ଖାରଜ ହୋଇଯାଇଥିଲା। ଏହାପରେ ଷ୍ଟିଫେନ୍‌ସ୍‌ ଗଛ ଗଣ୍ଡିରୁ ଧାରୁଆ ଅସ୍ତ୍ରରେ ବକଳ ଛଡ଼ାଇ ଦେଇଥିଲେ। ଏପରି କରିବା ପଛରେ ତାଙ୍କର ଉଦ୍ଦେଶ୍ୟ ଥିଲା କି ଗଛକୁ କିଭଳି ସହଜରେ ସେଠାରୁ ହଟାଇ ହେବ।

Majha Paper

ଷ୍ଟିଫେନ୍‌ସଙ୍କ ବିରୋଧରେ ଗଛ କାଟିବା ନେଇ ଅଭିଯୋଗ ହେବା ପରେ ସ୍ଥାନୀୟ କୋର୍ଟ ଏହାର ବିଚାର କରିଥିଲେ। ଏହାପରେ ଷ୍ଟିଫେନ୍‌ସ୍‌ଙ୍କୁ ଡିସେମ୍ବର ୧୨ରେ  କୋର୍ଟରେ ହାଜର ହେବାକୁ ପଡ଼ିଥିଲା। ସେଠାରେ ସେ ୯୦ବର୍ଷ ପୁରୁଣା ଗଛକୁ କ୍ଷତି ପହଞ୍ଚାଇ ଥିବା ସ୍ୱୀକାର ବି କରିଥିଲେ।

ଏହାପରେ କୋର୍ଟ ପ୍ରଥମେ ଷ୍ଟିଫେନ୍‌ସଙ୍କୁ ୮୩ଲକ୍ଷ ଟଙ୍କାର ଜରିମାନା ଲଗାଇଥିଲେ। ଏହି ଜରିମାନାକୁ ଦେଖି ଷ୍ଟିଫେନ୍‌ସ କୋର୍ଟଙ୍କୁ  ଏତେ ପରିମାଣର ଅର୍ଥ ସେ ଦେଇ ପାରିବେ ନାହିଁ ବୋଲି ଅନୁନୟ କରିଥିଲେ ଏବଂ ଜରିମାନା ରାଶି ବାବତରେ ପୁନର୍ବିଚାର କରାଯାଉ ବୋଲି ଆବେଦନ କରିଥିଲେ। ଏହାପରେ କୋର୍ଟ  ଜରିମାନା ରାଶିକୁ ହ୍ରାସ କରି ୫୫ଲକ୍ଷ ଟଙ୍କା କରିଥିଲେ।

ସମ୍ବନ୍ଧିତ ଖବର