ନୂଆଦିଲ୍ଲୀ: ଚଳଚ୍ଚିତ୍ରରେ ହିରୋ ସବୁବେଳେ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ବଞ୍ଚାଉଥିବା ଦେଖିବାକୁ ମିଳିଥାଏ। ଏହାପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ କରତାଳି ଦେଇ ହିରୋଙ୍କୁ ଧନ୍ୟବାଦ ଜଣାଇଥାଆନ୍ତି। ନିକଟରେ ଏମିତି ଏକ ଘଟଣା ବାସ୍ତବରେ ଘଟିଛି।
ବ୍ବା ସାହରୋଇ ନାମକ ଜଣେ ବ୍ୟକ୍ତି କୂଅରେ ଫସି ଯାଇଥିବା ଜଣେ ଛୋଟ ଶିଶୁର ଜୀବନ ବଞ୍ଚାଇବା ପାଇଁ ଅନେକ କଷ୍ଟ କରିଥିଲେ। କିନ୍ତୁ ଅସଫଳ ରହିଥିଲେ।
ପ୍ରକାଶିତ ରିପୋର୍ଟ ମୁତାବକ, କୂଅରେ ଫସି ଯାଇଥିବା ଶିଶୁର ନାମ ରିୟାନ୍। କୂଅଟି ପ୍ରାୟ ୧୦୦ ଫୁଟ ଗଭୀର ଥିଲା। ଶିଶୁକୁ ବଞ୍ଚାଇବା ପାଇଁ ସମସ୍ତ ପ୍ରୟାସ କରାଯାଇଥିଲା, କିନ୍ତୁ ପିଲାଟି ବଞ୍ଚି ପାରିଲା ନାହିଁ । ୫ଦିନ ପର୍ଯ୍ୟନ୍ତ ଶିଶୁକୁ ବଞ୍ଚାଇବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଶିଶୁକୁ ଉଦ୍ଧାର କରିବା ବେଳକୁ ତାର ମୃତ୍ୟୁ ହୋଇଯାଇଥିଲା।
De reddingswerkers lopen hoog risico tijdens deze bevrijdingsoperatie. Er wordt handmatig een gat richting #Rayan gegraven. De herhaaldelijke erosie van de grond zorgt voor vertraging van het proces en vraagt de nodige voorzichtigheid en precisie. #PrayForRayanpic.twitter.com/gOKcKvLE3p
— Ayoub Balah (@BalahAyoub) February 4, 2022
ସୋସିଆଲ ମିଡିଆରେ ଶିଶୁକୁ ବଞ୍ଚାଇବା ପାଇଁ ମଧ୍ୟ ଅଭିଯାନ ଚାଲିଥିଲା। ଲୋକମାନେ ମଧ୍ୟ #PrayforRayan ହ୍ୟାସଟ୍ୟାଗ୍ ସହିତ ରିୟାନ୍ ପାଇଁ ପ୍ରାର୍ଥନା କରୁଥିଲେ ।
ସମସ୍ତ ଚେଷ୍ଟା ସତ୍ତ୍ବେ ପିଲାଟିକୁ ବଞ୍ଚା ଯାଇ ପାରି ନଥିଲା, କିନ୍ତୁ ଜଣେ ହିରୋଙ୍କ କାହାଣୀ ସବୁଦିନ ପାଇଁ ଅମର ହୋଇଯାଇଛି। । ଏହି ହିରୋଙ୍କ ନାମ ବ୍ବା ସାହରୋଇ । ଏହି ହିରୋ ଲଗାତାର ୩ ଦିନ ପର୍ଯ୍ୟନ୍ତ ମାଟି ଖୋଳି ପିଲାଟିକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଲୋକମାନେ ଉକ୍ତ ବ୍ୟକ୍ତିଙ୍କୁ ସୋସିଆଲ ମିଡିଆରେ ବେଶ ପ୍ରଶଂସା ମଧ୍ୟ କରୁଛନ୍ତି ।
ସୂଚନାନୁସାରେ, ଶିଶୁକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଉଦ୍ଧାରକାରୀ ଦଳରେ ବ୍ବା ସାହରୋଇ ସାମିଲ ଥିଲେ। ପିଲାଟିକୁ ବଞ୍ଚାଇବା ପାଇଁ ଏକ ଜେସିବି ମେସିନ୍ ବ୍ୟବହୃତ ହୋଇଥିଲା, କିନ୍ତୁ ପିଲାଟିକୁ ବଞ୍ଚାଇବା ପାଇଁ ସାହରୋଇ ତାଙ୍କ ହାତ ସାହାଯ୍ୟରେ ତିନିଦିନ ପର୍ଯ୍ୟନ୍ତ ଗାତ ଖୋଲି ଚାଲିଥିଲେ।