୧୧ ଥର ଟିକା ନେଇଥିବା ବ୍ୟକ୍ତିଙ୍କ ଧମକ: ଦଣ୍ଡିତ ହେଲେ ଆତ୍ମହତ୍ୟା କରିଦେବି

ପାଟନା : ଦଣ୍ଡିତ ହେଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ୧୧ ଥର ଟିକା ନେଇଥିବା ମାଧେପୁରାର ୮୦ ବର୍ଷୀୟ ବୃଦ୍ଧ ବ୍ରହ୍ମଦେବ ମଣ୍ଡଳ। ସେ ବର୍ତ୍ତମାନ ଗିରଫ ଭୟରେ ଲୁଚିଛନ୍ତି। ୧୧ ଥର ଟିକା ନେବା ପାଇଁ ସମ୍ପୂର୍ଣ୍ଣ ଭିନ୍ନ ଆଇଡି କାର୍ଡ ବ୍ୟବହାର କରିଥିବାରୁ ତାଙ୍କ ନାମରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି। ପୁଲିସ ତାଙ୍କୁ ଧରିବା ପାଇଁ ଚଢ଼ଉ କରୁଛି। ରବିବାର ଦିନ ବିହାରର ମାଧେପୁରା ଜିଲ୍ଲାରେ ଥିବା ତାଙ୍କ ଘରେ ପୁଲିସ ଚଢ଼ଉ କରିଥିଲା। ଏହି ଘଟଣାରେ ହସ୍ତକ୍ଷେପ ଏବଂ ଖର୍ଚ୍ଚରୁ ମୁକ୍ତ କରିବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ମଣ୍ଡଳଙ୍କ ପତ୍ନୀ ନିର୍ମଳା ଦେବୀ ପୁଲିସ ଅପରାଧୀ ଭଳି ହଇରାଣ କରୁଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସ୍ୱାମୀ ଅନେକ ରୋଗରେ ପୀଡିତ ଥିଲେ ଏବଂ ସିଧା ଛିଡ଼ା ହେବା ଏବଂ ଚଲାବୁଲା କରିବାରେ ଅସମର୍ଥ ଥିଲେ।

ସମ୍ବନ୍ଧିତ ଖବର