ଧୋନିଙ୍କ ଲମ୍ବା କେଶକୁ ପ୍ରଶଂସା କରି ଏଭଳି କଥା କହିଥିଲେ ପରଭେଜ ମୁଶାରଫ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ସାମରିକ ଶାସକ ତଥା ଅବସରପ୍ରାପ୍ତ ଜେନେରାଲ୍‌ ପରଭେଜ ମୁଶାରଫଙ୍କୁ ଚିକିତ୍ସା ଲାଗି କିଛି ମାସ ହେବ ସଂଯୁକ୍ତ ଆରବ ଏମିରେଟସ୍‌ର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ୭୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଥିବା ଖବର ମିଳିଛି। ଏଥିସହିତ ପରଭେଜ ମୁଶାରଫଙ୍କ ସହିତ ଜଡ଼ିତ ଅନେକ ଖବର ସାମ୍ନାକୁ ଆସୁଛି। ଏହି କ୍ରମରେ ଏକ ପ୍ରକାଶିତ ଖବର ମୁତାବକ ପରଭେଜ  ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ କେଶର ଜଣେ ବଡ଼ ପ୍ରଶଂସକ ଥିଲେ।

ପାକିସ୍ତାନର କ୍ଷମତା ହାତରେ ଥିବା ବେଳେ ପରଭେଜ ଭାରତୀୟ କ୍ରିକେଟ ଦଳକୁ ଖୁବ ଭଲ ପାଉଥି‌ଲେ।  ୨୦୦୬ ମସିହାରେ ଭାରତୀୟ  କ୍ରି‌କେଟ ଦଳ ପାକିସ୍ତାନଗସ୍ତ କରିଥିଲେ । ଆଉ ସେଠାରେ ଦିନିକିଆ ମ୍ୟାଚ ଖେଳି ବିଜୟ ହୋଇଥିଲେ। ଏହି ସମୟରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବଡ଼ ପ୍ରଶଂସକ ହୋଇଯାଇଥିଲେ ପରଭେଜ।

ପାକିସ୍ତାନରେ ଦିନିକିଆ ମ୍ୟାଚରେ ଧୋନିଙ୍କ ଖେଳକୁ ଦେଖି ପରଭେଜ ଖୁବ ପ୍ରଶଂସା କରି କହିଥିଲେ, ‘ମୁଁ ପଡ଼ିଆରେ ଅନେକ ପ୍ଲାକାର୍ଡ ଦେଖିଥିଲି। ଯେଉଁଥିରେ ଆପଣଙ୍କୁ କେଶ କାଟିବାକୁ କୁହାଯାଇଥିଲା। କିନ୍ତୁ ଧୋନି ମୁଁ ଆପଣଙ୍କୁ ଗୋଟିଏ କଥା କହିବି ମାନିବେ। ଆପଣ କେବେ ହେଲେ କେଶ କାଟିବେ ନାହିଁ, କାରଣ ଏହି ଲମ୍ବା କେଶରେ ପଡ଼ିଆରେ ଖେଳୁଥିବା ବେଳେ ଆପଣ ଖୁବ ଭଲ ଲାଗୁଛନ୍ତି। ମୁଁ ଆପଣଙ୍କ କେଶର ଜଣେ ଫ୍ୟାନ।’

ସମ୍ବନ୍ଧିତ ଖବର