ରାଜନୀତିକୁ ଫେରିବେ ମୁସାରଫ୍‌, ଇମ୍ରାନ୍‌ଙ୍କ ପାଇଁ ଚ୍ୟାଲେଞ୍ଜ

ଇସ୍‌ଲାମାବାଦ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପର୍‌ଭେଜ ମୁସାରଫ୍‌ ପୁନର୍ବାର ରାଜନୀତିକୁ ଫେରିବେ ବୋଲି ଘୋଷଣା କରିଛନ୍ତି। ସେ ନିଜ ରାଜନୈତିକ ଦଳ ‘ଅଲ୍‌ ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌’ (ଏପିଏମ୍‌ଏଲ୍‌କୁ ପୁଣି ସକ୍ରିୟ କରିବା ସହ ପାକିସ୍ତାନ ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବେ ବୋଲି କହିଛନ୍ତି। ୭୬ ବର୍ଷୀୟ ମୁସାରଫ୍‌ ଆମିଲୋଏଡୋସିସ ଭଳି ବିରଳ ରୋଗରେ ପୀଡ଼ିତ ହେବାରୁ ରାଜନୀତିରୁ ଦୂରେଇ ରହିଥିଲେ। ଏବେ ସେ ଦୁବାଇରେ ରହୁଛନ୍ତି। ମୁସାରଫ ସୁସ୍ଥ ଅନୁଭବ କରିବାରୁ ପୁନର୍ବାର ରାଜନୀତିକୁ ଫେରିବେ ବୋଲି ଘୋଷଣା କରିଛନ୍ତି। ମୁସାରଫ୍‌ ଫେରିଲେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଚର୍ଚ୍ଚା ହେଉଛି। ଇମ୍ରାନ୍‌ ଖାନ୍‌ଙ୍କ ବିଫଳତାର ସୁଯୋଗ ନେଇ ମୁସାରଫ୍‌ ପାକିସ୍ତାନ ରାଜନୀତିକୁ ପୁଣି ନିଜ ନିୟନ୍ତ୍ରଣକୁ ନେବାକୁ ଯୋଜନା କରୁଛନ୍ତି।

ସମ୍ବନ୍ଧିତ ଖବର