ପାକିସ୍ତାନ ପ୍ରତି ବିପଦ ସୃଷ୍ଟି କରୁଛି ଭାରତ, ସେନାବାହିନୀ ଠାରୁ ପାନେ ପାଇବ: ପରଭେଜ୍‌ ମୁଶାରଫ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଏବଂ ଅଲ୍‌ ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌ର ସଂସ୍ଥାପକ ପରବେଜ୍‌ ମୁଶାରଫ୍‌ ରବିବାର ଦିନ କହିଛନ୍ତି ଯେ ଇସ୍‌ଲାମାବାଦ ପ୍ରତି କୌଣସି ଦୁଃସାହସିକ ପଦକ୍ଷେପ ନେଲେ ନୂଆଦିଲ୍ଲୀକୁ ପାକିସ୍ତାନୀ ସେନା ପାନେ ଦେବ।

ରାଜନୀତିକୁ ଫେରିବାକୁ ଉଦ୍ୟମ କରୁଛନ୍ତି ବୋଲି କୁହାଯାଉଥିବା ମୁଶାରଫ୍‌ ପାର୍ଟିର ପ୍ରତିଷ୍ଠା ଦିବସ ଅବସରରେ ଦୁବାଇରେ ଆୟୋଜିତ କାର୍ଯ୍ୟକ୍ରମରେ ଭିଡିଓ ଲିଙ୍କ୍‌ ଜରିଆରେ ଭାଷଣ ଦେଇ ଏ କଥା କହିଛନ୍ତି। ପାକିସ୍ତାନୀ ଲୋକେ ଏବଂ ପାକିସ୍ତାନ ସେନା ସେମାନଙ୍କ ରକ୍ତର ଶେଷ ଟୋପା ଥିବାଯାଏଁ ଲଢ଼ିବେ। ବୋଧହୁଏ ଭାରତୀୟ ସେନା କାର୍ଗିଲ୍‌ ଯୁଦ୍ଧ କଥା ପାସୋରି ପକାଇଛନ୍ତି।

Image Source: Daily Times

ଗଣମାଧ୍ୟମ ରିପୋର୍ଟ ଅନୁସାରେ, କୌଣସି ଗୋଟାଏ ବିରଳ ରୋଗରେ ଆକ୍ରାନ୍ତ ହୋଇଥିବା ମୁଶାରଫ ଦୁବାଇରେ ଆରୋଗ୍ୟ ହେଉଛନ୍ତି ଏବଂ ନିଜ ଦଳକୁ ପୁଣି ସକ୍ରିୟ କରି ଜାତୀୟ ରାଜନୀତିକୁ ଫେରିବାକୁ ଯୋଜନା କରୁଛନ୍ତି।

୨୦୦୭ରେ ସମ୍ବିଧାନ ବରଖାସ୍ତ କରି ମୁଶାରଫ ପାକିସ୍ତାନରେ ରାଜଦ୍ରୋହ ମାମଲାରେ ସମ୍ମୁଖୀନ ହୋଇଛନ୍ତି।

ସମ୍ବନ୍ଧିତ ଖବର