ପୁଣି ସକ୍ରିୟ ରାଜନୀତିକୁ ଫେରିବେ ପର୍‌ଭେଜ୍‌ ମୁଶାରଫ୍‌ ! ଆସନ୍ତାକାଲି ଦଳର କର୍ମୀଙ୍କୁ ସମ୍ବୋଧନ କରିବେ

ଇସ୍‌ଲାମାବାଦ୍‌ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପର୍‌ଭେଜ୍‌ ମୁଶାରଫ୍‌ ପୁଣି ଥରେ ରାଜନୀତିକୁ ଫେରିବା ନେଇ ଯୋଜନା କରୁଛନ୍ତି । ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ସେ ରାଜନୀତିରୁ ବିରତି ନେଇଥିଲେ । ସେ ଅଲ୍‌ ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌ର ମୁଖ୍ୟ ଥିବା ବେଳେ ଏବେ ଦଳର ସ୍ଥାପନା ଦିନରେ ସେ ପୁଣି ଥରେ ରାଜନୀତିକୁ ଫେରିବେ ବୋଲି ଘୋଷଣା ହୋଇଛି । ଅକ୍ଟୋବର ୬ରେ ଦଳର ସ୍ଥାପନା ଦିବସ ଥିବା ବେଳେ ସେ ପୁଣି ଥରେ ଦଳରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଦୁବାଇରୁ ଭିଡିଓ କଲ୍‌ ମାଧ୍ୟମରେ ସେ ଦଳର ସଦସ୍ୟଙ୍କୁ ସମ୍ବୋଧନ କରିବେ ।

Image result for Pervez Musharraf set to return to politics tomorrow
DNA India

ସୂଚନା ମୁତାବକ, ପର୍‌ଭେଜ୍‌ଙ୍କ ହୃଦୟ, କିଡ୍‌ନୀ, ଯକୃତ ଏବଂ ଶରୀରର ଅନ୍ୟ ଅଙ୍ଗରେ ଆମିଲୋଏଡ୍‌ ପ୍ରୋଟିନ ଅଧିକ ହୋଇଯିବାରୁ ସେ କୌଣସି କାମ କରି ପାରି ନଥିଲେ । ଚିକିତ୍ସା ପରେ ଏବେ ସୁସ୍ଥ ହୋଇ ଫେରିବା ପରେ ସେ ପୁଣି ଥରେ ରାଜନୀତି କରିବାକୁ ମନ ବଳାଇଛନ୍ତି । ଅଲ୍‌ ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌ର ମହାସଚିବ ମେହେରିକ୍‌ ମଲ୍ଲିକ୍‌ କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି ପର୍‌ଭେଜ୍‌ ମୁଶାରଫ୍‌ ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଲଣ୍ଡନରେ ୧୨ଦିନ ଚିକିତ୍ସିତ ହେବା ପରେ ଏବେ ସେ ସୁସ୍ଥ ହୋଇ ଦୁବାଇସ୍ଥିତ ନିଜ ଘରକୁ ଫେରିଛନ୍ତି । ଅକ୍ଟୋବର ୬ରେ ସେ ଭିଡିଓ କଲ୍‌ ମାଧ୍ୟମରେ ଇସ୍‌ଲାମବାଦ୍‌ରୁ ଦଳର ୯ମ ସ୍ଥାପନା ଦିବସରେ ଦଳର ସଦସ୍ୟଙ୍କୁ ସମ୍ବୋଧନ କରିବେ ।

ସମ୍ବନ୍ଧିତ ଖବର