ଇସଲାମାବାଦ: କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଅଦାଲତରେ ହାଜର ନହେବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ପାଇଁ ମହଙ୍ଗା ପଡ଼ିଛି। ପାକିସ୍ତାନର ଉଚ୍ଚତମ ନ୍ୟାୟାଳୟ ଅଦାଲତରେ ହାଜର ନରହିବା ପରେ ପୂର୍ବତନ ସେନାଧ୍ୟକ୍ଷ ପରଭେଜ ମୁଶାରଫଙ୍କୁ ନିର୍ବାଚନ ଲଢ଼ିବାକୁ ଦିଆଯାଇଥିବା ସଶର୍ତ୍ତ ଅନୁମତି ଗୁରୁବାର ଫେରାଇ ନେଇଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମୁଶାରଫ ଏବେ ତାଙ୍କର ପାକିସ୍ତାନରେ ନିର୍ବାଚନ ଲଢ଼ିବା ଉପରେ ନିଷିଦ୍ଧାଦେଶ ଜାରି କରିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ।

Advertisment

ଆଗାମୀ ଜୁଲାଇ ୨୫ରେ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ମୁଶାରଫ ଲଢ଼ି ପାରିବେ ନାହିଁ। ପୂର୍ବରୁ ଅଦାଲତ ସାଧାରଣ ନିର୍ବାଚନରେ ଲଢ଼ିବା ପାଇଁ ମୁଶାରଫଙ୍କୁ ଅନୁମତି ଦେଇଥିଲେ। ଏହି ଆଧାରରେ ସେ ଉତ୍ତର ଚିତ୍ରାଳ ନିର୍ବାଚନ ମଣ୍ଡଳୀରୁ ନାମାଙ୍କନ ଦାଖଲ କରିଥିଲେ। ସୁପ୍ରିମକୋର୍ଟ ଅନୁମତି ସଶର୍ତ୍ତ ଅନୁମତି ଦେଇଥିଲେ ଯେ, ତାଙ୍କର ଆଜୀବନ ଅଯୋଗ୍ୟ ସଂପର୍କିତ ମାମଲାରେ ଜୁନ ୧୩ରେ ଅଦାଲତରେ ଉପସ୍ଥିତ ହେବେ। ମୁଖ୍ୟ ବିଚାରପତି ଜଷ୍ଟିସ ସାକିବ ନିସାର ବୁଧବାର ପୂର୍ବତନ ସେନା ମୁଖ୍ୟଙ୍କୁ ଅଦାଲତରେ ହାଜର ନରହିବା ପରେ ଆଜି ଅପରାହ୍ନ ୨ଟା ସୁଦ୍ଧା ଉପସ୍ଥିତ ରହିବାକୁ କହିଥିଲେ। ଶୁଣାଣି ସମୟରେ ତାଙ୍କର ଓକିଲ ଆଫଜଲ ଅଦାଲତକୁ କହିଛନ୍ତି, ମୁଶାରଫ ଆସିବାର ଥିଲା କିନ୍ତୁ ତୁରନ୍ତ ଆସିବା ସମ୍ଭବ ନଥିଲା।