ଆଗ୍ରା: କୀଟ ଲାଗିବା ଯୋଗୁଁ ତାଜମହଲ କାନ୍ଥ ସବୁ ପୁଣି ଶାଗୁଆ ଓ କଳା ପଡ଼ିଲାଣି।
ଆଗ୍ରା ସର୍କଲ୍ର ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆର ସୁପରିଣ୍ଟେଣ୍ଡିଙ୍ଗ୍ ଆର୍କିଓଲଜିଷ୍ଟ୍ ବାସନ୍ତ ସ୍ୱରାଙ୍କର କହିଛନ୍ତି ଯେ ଯମୁନା ନଦୀର ଆବର୍ଜନା କୀଟ ପ୍ରଜନନ ପାଇଁ ଉପଯୁକ୍ତ କ୍ଷେତ୍ର ହୋଇଥିବାରୁ ଏ ଘଟଣା ଗୋଟାଏ ସ୍ଥାୟୀ ସମସ୍ୟା ପାଲଟି ଯାଇଛି।
ଏଏସ୍ଆଇ କହିବା ଅନୁସାରେ, ମାଛି ପ୍ରଜାତିର ଗୋଟାଏ କୀଟର ମଳମୂତ୍ର ଜମିବା ଯୋଗୁଁ ତାଜମହଲ କାନ୍ଥ କଳା ଓ ଶାଗୁଆ ପଡ଼ିଯାଉଛି। ଏଥିଯୋଗୁଁ କୁଟିକମ, ଫୁଲପକା ମୋଜାକ୍ ଏବଂ ମର୍ମରର ଉପରସ୍ତର କ୍ଷତିଗ୍ରସ୍ତ ହୋଇପାରେ। ପୂର୍ବରୁ କେବଳ ଏପ୍ରିଲ୍ରୁ ଅକ୍ଟୋବର ମାସ ମଧ୍ୟରେ ଏହି ଐତିହାସିକ ସ୍ମାରକୀ ଉପରେ କୀଟ ଆକ୍ରମଣ ହେଉଥିଲା।
ଏବେ ପ୍ରତି ଶୁକ୍ରବାର, ଯେଉଁଦିନ ଦର୍ଶକମାନଙ୍କୁ ତାଜମହଲ ଦେଖିବା ମନା ଥାଏ, ସେଦିନ ଏଏସ୍ଆଇ ଏହି ସପ୍ତଦଶ ଶତାବ୍ଦୀର ସ୍ମାରକୀକୁ ମଜାମଜି କରୁଛି। ସ୍ୱରଙ୍କର କହୁଛନ୍ତି: କାନ୍ଥ ସବୁ ପରିଷ୍କାର କରିବାକୁ ପାତନ ଜଳ ବ୍ୟବହାର କରାଯାଉଛି, କିନ୍ତୁ ବାରମ୍ବାର ଘଷାମଜା ହେଲେ ମର୍ମର ନଷ୍ଟଭ୍ରଷ୍ଟ ହୋଇଯିବ। କଥା ହେଲା ନଦୀକୁ ଉତ୍ତମ ଭାବେ ପରିଷ୍କାର କଲେ ହିିଁ ଯାଇ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)