ଆଗ୍ରା: କୀଟ ଲାଗିବା ଯୋଗୁଁ ତାଜମହଲ କାନ୍ଥ ସବୁ ପୁଣି ଶାଗୁଆ ଓ କଳା ପଡ଼ିଲାଣି।

Advertisment

ଆଗ୍ରା ସର୍କଲ୍‌ର ଆର୍କିଓଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆର ସୁପରିଣ୍ଟେଣ୍ଡିଙ୍ଗ୍‌ ଆର୍କିଓଲଜିଷ୍ଟ୍‍ ବାସନ୍ତ ସ୍ୱରାଙ୍କର କହିଛନ୍ତି ଯେ ଯମୁନା ନଦୀର ଆବର୍ଜନା କୀଟ ପ୍ରଜନନ ପାଇଁ ଉପଯୁକ୍ତ କ୍ଷେତ୍ର ହୋଇଥିବାରୁ ଏ ଘଟଣା ଗୋଟାଏ ସ୍ଥାୟୀ ସମସ୍ୟା ପାଲଟି ଯାଇଛି।

ଏଏସ୍‌ଆଇ କହିବା ଅନୁସାରେ, ମାଛି ପ୍ରଜାତିର ଗୋଟାଏ କୀଟର ମଳମୂତ୍ର ଜମିବା ଯୋଗୁଁ ତାଜମହଲ କାନ୍ଥ କଳା ଓ ଶାଗୁଆ ପଡ଼ିଯାଉଛି। ଏଥିଯୋଗୁଁ କୁଟିକମ, ଫୁଲପକା ମୋଜାକ୍‌ ଏବଂ ମର୍ମରର ଉପରସ୍ତର କ୍ଷତିଗ୍ରସ୍ତ ହୋଇପାରେ। ପୂର୍ବରୁ କେବଳ ଏପ୍ରିଲ୍‌ରୁ ଅକ୍ଟୋବର ମାସ ମଧ୍ୟରେ ଏହି ଐତିହାସିକ ସ୍ମାରକୀ ଉପରେ କୀଟ ଆକ୍ରମଣ ହେଉଥିଲା।

publive-image

ଏବେ ପ୍ରତି ଶୁକ୍ରବାର, ଯେଉଁଦିନ ଦର୍ଶକମାନଙ୍କୁ ତାଜମହଲ ଦେଖିବା ମନା ଥାଏ, ସେଦିନ ଏଏସ୍‌ଆଇ ଏହି ସପ୍ତଦଶ ଶତାବ୍ଦୀର ସ୍ମାରକୀକୁ ମଜାମଜି କରୁଛି। ସ୍ୱରଙ୍କର କହୁଛନ୍ତି: କାନ୍ଥ ସବୁ ପରିଷ୍କାର କରିବାକୁ ପାତନ ଜଳ ବ୍ୟବହାର କରାଯାଉଛି, କିନ୍ତୁ ବାରମ୍ବାର ଘଷାମଜା ହେଲେ ମର୍ମର ନଷ୍ଟଭ୍ରଷ୍ଟ ହୋଇଯିବ। କଥା ହେଲା ନଦୀକୁ ଉତ୍ତମ ଭାବେ ପରିଷ୍କାର କଲେ ହିିଁ ଯାଇ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ।