ଇସ୍ଲାମ୍ବାଦ୍: ପାକିସ୍ତାନର ଲାହୋରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଫାର୍ମହାଉସରୁ ଏକ ପୋଷା ସିଂହ ପଳାଇଯିବା ଫଳରେ ଲୋକଙ୍କ ମଧ୍ୟରେ ଭୟର ଆତଙ୍କ ଦେଖାଦେଇଛି। ସିଂହଟି ଖସି ପଳାଇ ଆସିବା ପରେ ଜଣେ ମହିଳା ଏବଂ ତାଙ୍କର ଦୁଇ ଛୋଟ ପିଲାଙ୍କୁ ଆକ୍ରମଣ କରିଥିଲା। ତେବେ ଦୁଃଖର କଥା ହେଉଛି ସେଠାରେ ଉପସ୍ଥିତ ଥିବା ସିଂହର ମାଲିକ ସହ ଅନ୍ୟ ସମସ୍ତ ଲୋକମାନେ ମହିଳାଙ୍କୁ ସହାଯ୍ୟ କରିବା ପରିବର୍ତ୍ତେ କିଛି ବି ହସ୍ତକ୍ଷେପ ନକରି ମୁକ ସାକ୍ଷୀ ପାଲଟିଥିଲେ।
ୟୁକେର ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଜନ୍ତୁଟିକୁ ଧରି ବନ୍ୟପ୍ରାଣୀ ଉଦ୍ୟାନକୁ ପଠାଇବା ପୂର୍ବରୁ ଲାହୋର ରାସ୍ତାରେ ଆତଙ୍କ ଖେଳିଯାଇଥିଲା।
ପୁଲିସରେ ଅଭିଯୋଗ କରି ମହିଳାଙ୍କ ସ୍ୱାମୀଙ୍କ କହିବା ଅନୁଯାୟୀ, ‘‘ଏହି ଆକ୍ରମଣ ସିଂହ ମାଲିକମାନଙ୍କ ସମ୍ମୁଖରେ ଘଟିଥିଲା। ସେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହେଲେ ଘଟଣା ଘଟିବା ସମୟରେ କିଛି ବି ହସ୍ତକ୍ଷେପ କରିନଥିଲେ।’’
ଏହି ଆଶ୍ଚର୍ଯ୍ୟଜନକ ଘଟଣାଟି ଭିଡିଓରେ କଏଦ ହୋଇଛି। ଯେଉଁଥିରେ ସିଂହଟି ଏକ ସୀମା କାନ୍ଥ ଡେଇଁ ଆକ୍ରମଣ କରୁଥିବାର ଦେଖିବାକୁ ମିଳିଛି। ଫୁଟେଜରେ ଦେଖାଯାଉଛି ଯେ ସିଂହଟି ମହିଳାଙ୍କ ପିଠି ଉପରେ ଡେଇଁ ପଡ଼ି ତାଙ୍କୁ ତଳେ ପକାଇ ଦେଉଛି।
ପୀଡ଼ିତା ଓ ତାଙ୍କର ପାଞ୍ଚ ଏବଂ ସାତ ବର୍ଷ ବୟସର ଦୁଇ ପିଲାଙ୍କ ମୁହଁ, ହାତରେ ଆଘାତ ଲାଗିଛି। ବୁଧବାର ରାତିରେ ସିଂହଟି ତା'ର ପିଞ୍ଜରାରୁ ଖସିଯିବା ପରେ ଏହି ଆକ୍ରମଣ ଘଟିଛି।
ଘଟଣା ପରେ, ସିଂହକୁ କାବୁ କରାଯାଇଥିଲା ଏବଂ ତା'ର ମାଲିକଙ୍କ ଫାର୍ମହାଉସକୁ ଫେରାଇ ଦିଆଯାଇଥିଲା। କର୍ତ୍ତୃପକ୍ଷମାନେ ସେହି ପ୍ରାଣୀକୁ ଏକ ବନ୍ୟପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତର କରିଛନ୍ତି।
ସାମ୍ପ୍ରତିକ ଆକ୍ରମଣ ସାରା ସହରରେ ଭୟଭୀତ କରିଦେଇଛି। ଭିଡିଓରେ ଦେଖାଯାଉଛି ଯେ ଆହତ ମହିଳା ଜଣକ ସାହାଯ୍ୟ ଭିକ୍ଷା କରୁଛନ୍ତି ଏବଂ ପାଖରେ ଥିବା ଲୋକମାନେ ଭୟରେ ଦୌଡୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/07/new-project-14-2025-07-07-16-05-20.jpg)