ସମ୍ବିଧାନର ପ୍ରସ୍ତାବନାରୁ ‘ସମାଜବାଦ’, ‘ଧର୍ମନିରପେକ୍ଷ’ ଶବ୍ଦ ହଟାଇବା ପାଇଁ ସୁବ୍ରମଣ୍ୟମ ସ୍ବାମୀଙ୍କ ଆବେଦନ

ନୂଆଦିଲ୍ଲୀ : ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ଏକ ରିଟ୍‌ ପିଟିସନ୍‌ ଦାଏର କରିଛନ୍ତି। ସମ୍ବିଧାନର ପ୍ରସ୍ତାବନାରୁ ‘ ସମାଜବାଦ’ ଏବଂ ‘ଧର୍ମନିରପେକ୍ଷ’ ଭଳି ୨ଟି ଶବ୍ଦକୁ କାଟିବାପାଇଁ ସେ ଏହି ପିଟିସନ କରିଛନ୍ତି। ୧୯୭୬ରେ ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ସମୟରେ ୪୨ତମ ସମ୍ବିଧାନ ସଂଶୋଧନ ଦ୍ବାରା ଏହି ୨ଟି ଶବ୍ଦ ‘ସମାଜବାଦ’ ଏବଂ ‘ଧର୍ମନିରପେକ୍ଷତା’କୁ ପ୍ରସ୍ତାବନାରେ ସାମିଲ କରିବାର ବୈଧତାକୁ ସ୍ବାମୀ ଚ୍ୟାଲେଂଜ କରିଛନ୍ତି। ସ୍ବାମୀ ଏକ ଟ୍ବିଟ୍‌ କରି ତାଙ୍କ ରିଟ୍‌ ପିଟିସନ୍‌ ସଂକ୍ରାନ୍ତରେ ଅବଗତ କରିଛନ୍ତି। ସ୍ବାମୀ କହିଛନ୍ତି, ୧୯୪୯ରେ ଡକ୍ଟର ଆମ୍ବେଦକର ଉପରୋକ୍ତ ୨ଟି ଶବ୍ଦକୁ ସମ୍ବିଧାନ ସଭାରେ ସାମିଲ କରିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। କିନ୍ତୁ ଇମର୍ଜେନ୍ସି ସମୟରେ ଇନ୍ଦିରା ଗାନ୍ଧି ଏହି ୨ଟି ଶବ୍ଦକୁ ସମ୍ବିଧାନର ପ୍ରସ୍ତାବନାରେ ସାମିଲ କରିଥିଲେ। ସ୍ବାମୀଙ୍କ ରିଟ୍‌ ପିଟିସନ୍‌ ସିଜେଆଇ କୋର୍ଟରେ ଦାଖଲ କରାଯାଇଛି।

ସମ୍ବନ୍ଧିତ ଖବର