ନୂଆଦିଲ୍ଲୀ: ତାଜମହଲ ଭିତରେ ବନ୍ଦଥିବା କୋଡିଏଟି କୋଠରୀ ଖୋଲିବାକୁ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ଏଏସ୍ଆଇ)କୁ ନିର୍ଦ୍ଦେଶ ଦେବା ପାଇଁ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରାଯାଇଛି। ଏଥିସହିତ ଉକ୍ତ କୋଠରୀଗୁଡ଼ିକୁ ଯାଞ୍ଚ କରି ହିନ୍ଦୁ ଦେବଦେବୀ କିମ୍ବା ହିନ୍ଦୁ ଧର୍ମଗ୍ରନ୍ଥ ରହିଛି କି ନାହିଁ ତାହାର ଯାଞ୍ଚ କରିବା ଲାଗି ଏକ କମିଟି ଗଠନ ପାଇଁ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେବାଲାଗି ଆବେଦନ କରାଯାଇଛି। ଉତ୍ତରପ୍ରଦେଶର ଅଯୋଧ୍ୟା ଜିଲ୍ଲା ମିଡିଆ ଦାୟିତ୍ୱରେ ଥିବା ବିଜେପି ନେତା ରଜନୀଶ ସିଂଙ୍କ ଦ୍ବାରା ଏହି ପିଟିସନ ଦାଖଲ ହୋଇଛି।
ତାଜମହଲରେ ବନ୍ଦ ୨୦ କୋଠରୀ ଖୋଲିବାକୁ ହାଇକୋର୍ଟରେ ପିଟିସନ୍
/sambad/media/post_attachments/wp-content/uploads/2020/09/TAJMAHAL.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)